ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ

Land Accuration For Proposed Coastal Highway To Start Soon

ଭୁବନେଶ୍ୱର: କୋଷ୍ଟାଲ ହାଇୱେ ପାଇଁ ବାଟ ପରିଷ୍କାର ହୋଇଛି । ଖୁବଶୀଘ୍ର ପ୍ରକଳ୍ପ କାମ ଆରମ୍ଭ କରିବା ନେଇ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଭାରତମାଳା  ଯୋଜନାରେ ଖୋର୍ଦ୍ଧା ଟାଙ୍ଗୀ ଠାରୁ ବାଲେଶ୍ୱର ରତନପୁର ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରିବା ପାଇଁ ଅଣ୍ଟା ଭିଡ଼ିଛି ଜାତୀୟ ରାଜପଥ ପ୍ରାଧିକରଣ । ଏଥିରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି ।

Land Accuration For Proposed Coastal Highway To Start Soon

ଖୁବଶୀଘ୍ର ଆରମ୍ଭ ହେବ କାମ । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ଖୁବଶୀଘ୍ର ହେବ ଜମି ଅଧିଗ୍ରହଣ । ଖୋର୍ଦ୍ଧା ଟାଙ୍ଗୀରୁ ବାଲେଶ୍ୱର ରତନପୁର ୧୭୬ କିଲୋମିଟର ପାଇଁ ଖୁବଶୀଘ୍ର ଜମି ଅଧିଗ୍ରହଣ କରାଯିବ । ୨୦୧୫ରେ ଭାରତମାଳା ଯୋଜନାରେ ଘୋଷଣା ହୋଇଥିବା ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ପ୍ରାଧିକରଣ । ଏନେଇ ଉଭୟ ରାଜ୍ୟ ସରକାର ଓ ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଅନ୍ୟ ଜିଲ୍ଲାପାଳମାନେ ଖୁବଶୀଘ୍ର ଅଧିକାରୀ ନିଯୁକ୍ତି ନେଇ ଜଣାଇବେ । ଏହାପରେ କାମ ଆରମ୍ଭ କରାଯିବ ବୋଲି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କହିଛନ୍ତି ।

Land Accuration For Proposed Coastal Highway To Start Soon

ଭାରତମାଳା ଯୋଜନା ଅନୁସାରେ ରାମେଶ୍ୱର ଟାଙ୍ଗୀ ଠାରୁ କାମ ଆରମ୍ଭ ହୋଇ କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦ୍ୱୀପ ଦେଇ ବାଲେଶ୍ୱର ରତନପୁରରେ ଶେଷ ହେବ । ବନ୍ୟପ୍ରାଣୀଙ୍କ ସହ ଆର୍ଦ୍ର ଭୂମି ଅଞ୍ଚଳର ସୁରକ୍ଷା ପାଇଁ ପୂର୍ବରୁ ୩ଥର କୋଷ୍ଟାଲ ହାଇୱେ ପ୍ରକଳ୍ପର ନକ୍ସା ପରିବତ୍ତର୍ନ କରାଯାଇଥିଲା । ସେପଟେ ପ୍ରକଳ୍ପ କାମ ବିଳମ୍ବରେ ହେଲେ ମଧ୍ୟ ଆରମ୍ଭ ହେଉଥିବାରୁ ସ୍ୱାଗତ କରିଛି ଶାସକ ଦଳ ।

Land Accuration For Proposed Coastal Highway To Start Soon

କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ୭ ହଜାର ଅଧିକ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏବେ ଏନେଇ ବାଟ ଫିଟିଥିବା ବେଳେ ଆଗକୁ ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରୀ ଏକ ବଡ଼ ଚ୍ୟାଲେଞ୍ଜ ହେବ । ୨ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖିଛି ଜାତୀୟ ରାଜପଥ ପ୍ରାଧିକରଣ ।

Leave a Reply