କାଳବୈଶାଖୀ ନେଇ ଆଗାମୀ ୩ ଘଣ୍ଟା ଯାଏ ୧୪ ଜିଲ୍ଲାକୁ ସତର୍କତା

1 min read
Thunderstorm Rain Impact Heat Wave Odisha

ଭୁବନେଶ୍ୱର: ଦିନରେ ଡହ ଡହ ଖରା ସନ୍ଧ୍ୟାରେ କାଳବୈଶାଖୀ । ଗତ କିଛି ସପ୍ତାହ ହେଲା ଓଡ଼ିଶାରେ ପାଣିପାଗରେ ଏମିତି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଜି ସକାଳୁ ଟାଣ ଖରା ହେଉଥିବା ବେଳେ ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଅନୁଗୁଳ, କଟକ, ନୟାଗଡ଼, ଯାଜପୁର, କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀ ସହ ଘଡ଼ଘଡ଼ି ନେଇ ଆଲର୍ଟ କରାଯାଇଛି । ପାଗକୁ ଦେଖି ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କହିଛି ପାଣିପାଗ ବିଭାଗ ।

ଆଗାମୀ ୨୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥିସହ ଆଗାମୀ ୨ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

Leave a Reply