ଋଷରେ ବଢ଼ିଲା କରୋନା ; ୧୧ ଦିନ ପାଇଁ ଲକଡାଉନ

ମସ୍କୋ: ଋଷରେ ବେଲଗାମ୍ କରୋନା ଭାଇରସ । ଯାହାଫଳରେ ଋଷର ରାଜଧାନୀ ମସ୍କୋରେ ୧୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଦେଶର ଅଧିକାଂଶ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜାରି ହୋଇଛି ଲକଡାଉନ । ସମସ୍ତ ଦୋକାନବଜାର, ରେଷ୍ଟୁରାଣ୍ଟ ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । କେବଳ କିଛି ସୁପରମାର୍କେଟ ଓ ଫାର୍ମାସୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ବନ୍ଦ ରହିଛି । ଫୁଡ ଆଉଟଲେଟକୁ କଟକଣା ଭିତ୍ତିରେ ଖୋଲାଯାଇଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୫୯ ହେବା ପରେ ଏହି କଟକଣା ଲାଗୁ ହୋଇଛି । ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଠାବ ହେବାରୁ କଟକଣାକୁ ଜୋରଦାର କରାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାର୍ ହୋଇଥିବାରୁ ଆତଙ୍କ ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁ ସଂଖ୍ୟା ବାସ୍ତବରେ ୪ ଲକ୍ଷରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଇଛି ।

ଗୁରୁବାର ସୁଦ୍ଧା ଋଷର ଜନସଂଖ୍ୟାର ମାତ୍ର ୩୨ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି ବୋଲି ଗୋଗୋଭ ଓ୍ବେବସାଇଟରେ ପ୍ରକାଶ ପାଇଛି । ତେବେ ଲଗାତର ଭାବରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବା ପାଇଁ ଋଷ ରାଷ୍ଟ୍ରପତି ବ୍ଲାଡମିର ପୁଟିନ୍ ଗତ ସପ୍ତାହରେ ଅକ୍ଟୋବର ୩୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଛୁଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମସ୍କୋ କର୍ତ୍ତୁପକ୍ଷ ଗୁରୁବାରଠାରୁ ରାଜଧାନୀରେ ଅତ୍ୟାବଶକ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply