ଗିରାଙ୍ଗ ଗାଁରେ ସୁନା ଗହଣା ଓ ଲାପଟପ୍ ଲୁଟିନେଲେ ଦୁର୍ବୃତ୍ତ: ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ଦୁଇଜଣଙ୍କ ଘରୁ ଚୋରି । ଏ ନେଇ ନାଲକୋ ଥାନାରେ ଅଭିଯୋଗ କରିଛନ୍ତି ଦୁଇ ପରିବାର । ତେବେ ଚୋର ମାନେ ଚୋରି କରିବାକୁ ଆସିଥିବା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । ଘର ନିକଟକୁ ଆସି ଚୋର ମାନେ ପାଚେରୀ ଡେଇଁ ଘର ଭିତରକୁ ଯାଉଥିବା ଏହି ସିସିଟିଭିରୁ ଚିତ୍ରରୁ ସ୍ପଷ୍ଟ ଦେଖା ଯାଉଛି । ଆଉ ଏହି ସିସିଟିଭି ଅଧାରରେ ପୁଲିସ ତଦନ୍ତ ମଧ୍ୟ କରୁଛି । ସୂଚନା ଅନୁସାରେ ପ୍ରଦତ୍ତ କୁମାର ଗଡ଼ନାୟକ ଗତକାଲି ନାଲ୍‌କୋରେ ନାଇଟ୍ ସିଫ୍ଟ ଡ୍ୟୁଟିରେ ଥିବା ବେଳେ ତାଙ୍କ ପରିବାର ଲୋକ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ଘରୁ ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ସକାଳେ ତାଙ୍କ ଘର ଭିତରୁ ବନ୍ଦ ହୋଇଥିବାରୁ ତାଙ୍କ ପୁଅ ପ୍ରମିତ କୁମାର ଗଡନାୟକ ଘର ପଛ ପଟକୁ ଯାଇ ଦେଖିଲା ବେଳକୁ ତାଙ୍କ ଘରର ଝରକା ତଡ଼ା ହୋଇଥିବା ଜାଣିବାକୁ ପାଇଥିଲେ । ଘର ଭିତରକୁ ପଶି ଦେଖିଲା ବେଳକୁ ତାଙ୍କ ଘରୁ ନଗଦ ୧୫ ହଜାର ଟଙ୍କା , ସୁନା , ରୂପା ସହ ଲାପଟପ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେହି ରାତିରେ ପିତାମ୍ବର ଗଡ଼ନାୟକଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ରାତିରେ ଶୋଇଥିବା ସମୟରେ ପିତାମ୍ବରଙ୍କ ଘର ଝରକା ତାଡି ମନିପର୍ସ ସହ ଏକ କାରର ଚାବି ନେଇ ଯାଇଥିବା ଜଣା ପଡିଛି । ଉଭୟ ଘଟଣାର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ନାଲକୋ ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନକୁ ଓଡ଼ିଶା ହାଇକୋର୍ଟଙ୍କ ଅଗ୍ରାହ୍ୟ

Leave a Reply