ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ, ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁକ୍ତି ସ୍ଵାକ୍ଷରିତ

1 min read

ଭୁବନେଶ୍ୱର: ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ l ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି l ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ l ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ଦମନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଚୁକ୍ତି କରିଛି l ଆଗାମୀ ୫ ବର୍ଷ ପାଇଁ ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର MOU ସ୍ବାକ୍ଷର ହୋଇଛି । ଓଡ଼ିଶାରେ ୧୦ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଆହୁରି ବ୍ୟାପକ ହେବ କାର୍ଯ୍ୟକ୍ରମ ଓ ସଚେତନତା l କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବ l

ସେପଟେ ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ମୁକ୍ତ କରିବା ଲକ୍ଷ୍ୟକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଯୋଡ଼ି ହୋଇଥିବା ସଂସ୍ଥାମାନେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି l ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ବିଲୋପ କାର୍ଯ୍ୟକ୍ରମକୁ ଏମ. ଏନ.ଏମ ୨୦୧୮ ମସିହାରୁ ଓଡ଼ିଶା ସରକାରଙ୍କୁ ସମର୍ଥନ କରିଆସୁଛି l ସେପଟେ ଏହି ଚୁକ୍ତି ଦ୍ୱାରା ଉଭୟ ଫର୍ମାଲ ଓ ଇନଫର୍ମାଲ ବେସରକାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିବ l ଅନ୍ୟପଟେ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ ପାଇଁ ତୃଣମୂଳସ୍ତରରୁ ଲୋକମାନଙ୍କୁ ସଚେତନ କରିବା ସହ ସଠିକ କାର୍ଯ୍ୟକ୍ରମ ନିହାତି ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଓ ବିଭାଗ ସ୍ୱତନ୍ତ୍ର ସଚିବ ।