ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ସାରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦୀପାବଳି ଅବସରରେ କୁହାଯାଉଛି କି ଆଜି ମୋଦି ଜାମ୍ମୁ କାଶ୍ମୀର ଗସ୍ତ କରିବେ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ସୈନିକଙ୍କ ସହ ଦୀପାବଳି ପାଳନ କରିବେ । ୨୦୧୪ରୁ ପ୍ରଧାନମନ୍ତ୍ରୀ ସବୁ ଦୀପାବଳିରେ ଯବାନଙ୍କ ସହ ପାଳନ କରୁଛନ୍ତି ।  ତେବେ ଚଳିତ ଥର ମୋଦି ରଜୌରୀ ସେକ୍ଟରରେ ଉତ୍ସବ ପାଳନ କରିବେ ।

ତେବେ ରଜୌରୀ ଗସ୍ତ ପୂର୍ବରୁ ମୋଦି ଟୁଇଟ କରିଛନ୍ତି ।  ଟୁଇଟ କରି ସେ କହିଛନ୍ତି କି ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦେଉ ବୋଲି କହିଛନ୍ତି ମୋଦି । କୁହାଯାଉଛି କି ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ପୁଞ୍ଚ୍ ଗସ୍ତ କରିପାରନ୍ତି । କାରଣ ଏଠାରେ ଅନେକ ଯବାନ ସହିଦ ହୋଇଛନ୍ତି । ସେହିପରି ଲଦାଖ ଗସ୍ତ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । ଏଠାରେ ଗତ ମାସ ୧୮ ମାସ ହେଲା ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି ।

୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲା ପରଠାରୁ ପ୍ରତି ବର୍ଷ ଦୀପାବଳି ଯବାନମାନଙ୍କ ପାଳନ କରୁଛନ୍ତି । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ସେହି ବର୍ଷ ମୋଦି ସିଆଚିନରେ ଦୀପାବଳି ପାଳନ କରିଥିଲେ । ୨୦୧୫ ମସିହାରେ ପଞ୍ଜାବରେ ଯବାନମାନଙ୍କ ସହ ପାଳନ କରିଥିଲେ ଏବଂ ଏହା ପରେ ସେ ୧୯୬୫ ଓ୍ବାର ମେମୋରିଆଲ ସ୍ଥାନକୁ ଯାଇଥିଲେ । ସେହିପରି ୨୦୧୬ରେ ହିମାଚଳ ପ୍ରଦେଶର କିନ୍ନେରରେ ପାଳନ କରିଥିଲେ । ୨୦୧୭ରେ ଜୁମ୍ମୁ କାଶ୍ମୀରର ଗୁରେଜଠାରେ ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୧୮ରେ ଉତ୍ତରାଖଣ୍ଡରେ ଇଣ୍ଡୋ-ତିବ୍ବତ ସୀମା ପୋଲିସଙ୍କ ସହ, ୨୦୧୯ରେ ଏଲଓସିରେ ଓ ୨୦୨୦ରେ ଜୈସଲମେରଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

 

 

Leave a Reply