ବିଧାନସଭାରେ ପୁଣି ଉଠିଲା ଏମଏସପି ବୃଦ୍ଧି ପ୍ରସଙ୍ଗ

1 min read

ଭୁବନେଶ୍ବର: ବିଧାନସଭାରେ ପୁଣି ଉଠିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ- ଏମଏସପି ବୃଦ୍ଧି ପ୍ରସଙ୍ଗ । ଧାନର ଏମଏସପି କୁଇଣ୍ଟାଲ ପିଛା ୨ ହଜାର ୯୩୦ ଟଙ୍କା କରିବା ପାଇଁ ପୂର୍ବରୁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ସଂଘୀୟ ବ୍ୟବସ୍ଥା ଅନୁଯାୟୀ ରାଜ୍ୟର ଏହି ଦାବି ପୂରଣ ହେବା କଥା  । ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗରେ ଭେଟିବାକୁ ସମୟ ଦେଲେନି । ବହୁ ବର୍ଷ ପୂର୍ବ ଏହି ଦାବି କରାଯାଇଥିଲା  ।

ସୋମବାର ଧାନର ଏମଏସପି ୩ ହଜାର ୫ଶହ ଟଙ୍କା ହେବା କଥା ବୋଲି ବିଜେଡି ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି ।  ହେଲେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଛନ୍ତି  ।  ଚାଷୀଙ୍କୁ ତାଙ୍କର ହକ୍‌ ମିଳୁନାହିଁ l ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାର ମଝିରେ ମଝିରେ ୫୦ରୁ ୧୦୦ ଟଙ୍କା ଯାଏ ଏମଏସପି ବୃଦ୍ଧି କରୁଛନ୍ତି । ଏହା ଠିକ୍ ନୁହେଁ  । ଚାଷୀଙ୍କୁ ହକ୍‌ ମିଳିବା ଦରକାର । ଆଜି ବିଜେଡି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।