ଥାନାରେ ଡ୍ୟାନ୍ସ: ସସପେଣ୍ଡ ହେଲେ ଏଏସଆଇ, ଚେତାବନୀ ଦେଲେ ଏସପି

1 min read

ଭୁବନେଶ୍ୱର: ଥାନାରେ ନାଗିନ ନାଚିବା ପଡିଲା ମହଙ୍ଗା । ଯାଜପୁର ପାଣିକୋଇଲି ଥାନାରେ ହୋଲିରେ ଡ୍ୟାନ୍ସ କରୁଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଏଏସଇ ସଞ୍ଜୟ ଭୋଳଙ୍କୁ ସସପେଣ୍ଡ କରିଛନ୍ତି ଯାଜପୁର ଏସପି ।

ସେହିପରି ଡ୍ୟାନ୍ସ କରୁଥିବା ସମସ୍ତ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତି ଏସପି । ଯାଜପୁର ପାଣିକୋଇଲି ଥାନାରେ ପୋଲିସ ଅଧିକାରୀ ହୋଲି ଦିନ ନାଚଗୀତରେ ମସଗୁଲ ଥିବା ନେଇ ଏକ ଭିଡିଏ ଭାଇରାଲ ହୋଇଥିଲା । ଯାହାକୁ ନେଇ ଦିନ ତମାମ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲେ ।

https://nandighoshatv.comnagin-dance-video-of-jajpur-police-goes-viral-in-social-media/

ଶେଷରେ ସଂନ୍ଧ୍ୟାରେ ଯାଜପୁର ଏସପି ଏ ସଂକ୍ରାନ୍ତେର ସୂଚନା ଦେବା ସହ ନାଚୁଥିବା ଥାନା ଅଧିକାରୀଙ୍କ ଏଏସଆଇ ସଞ୍ଜୟ ଦାଶଙ୍କୁ ସସପେଣ୍ଡ କରିଛନ୍ତି । ଏବଂ ଘଟଣାର ତଦନ୍ତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଭାଇରାଲସ ଭିଡିଓକୁ ତନଖି କରାଯିବ ଏବଂ ଥାନା ମଧ୍ୟରେ ନାଚୁଥିବା ସମସ୍ତ ପୋଲିସ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏସପି ।

Leave a Reply