ଶ୍ରଦ୍ଧାଙ୍କୁ ନେଇ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶ୍ରଦ୍ଧାଙ୍କୁ ନେଇ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିବୃତି ରଖି ଶ୍ରଦ୍ଧାଙ୍କ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରଦ୍ଧା ମୋ ଫିଜିଓଥେରାପିଷ୍ଟ । ତାଙ୍କୁ ଦିବଂଗତ ଭଉଣୀ ଗୀତା ମେହେଟ୍ଟା ମୋ ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଠାଇଥିଲେ । ଶ୍ରଦ୍ଧାଙ୍କୁ କୌଣସି ସରକାରୀ କ୍ବାଟର୍ସ ଦିଆଯାଇନାହିଁ ।

ଏହାସହ ନବୀନ କହିଛନ୍ତି, ଲୋକଙ୍କ ସ୍ବାର୍ଥ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଉ । ଅଯଥା ପ୍ରସଙ୍ଗରେ ସମୟ ନଷ୍ଟ କରାନଯାଉ। ବିରୋଧୀମାନେ ଅଯଥା ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି । ଯେଉଁ କାରଣରୁ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ଶ୍ରଦ୍ଧାଙ୍କୁ ନେଇ ବିଭ୍ରାନ୍ତ କରୁଥିଲେ ବିରୋଧୀ । ଏନେଇ ବିବୃତି ରଖି ନବୀନ ଶ୍ରଦ୍ଧାଙ୍କ ବାବଦରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।