ଆଗାମୀ ଦିନରେ ମହାପ୍ରସାଦ ପାଇବା ପାଇଁ ପ୍ରଶାସନ କରିବ ଏହିସବୁ ସୁବିଧା

ପୁରୀ: ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି କିନ୍ତୁ ମହାପ୍ରସାଦରୁ ବଞ୍ଚିତ ହେବେନି ଭକ୍ତ । ଧର୍ମ ମାସ କାର୍ତ୍ତିକରେ ଶ୍ରୀଜିଉଙ୍କ ମହାପ୍ରସାଦ ପାଇବେ ସମସ୍ତ ଶ୍ରଦ୍ଧାଳୁ । କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପାଇଁ  ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରଠାରେ ଟୋକନ ମାଧ୍ୟମରେ ମହାପ୍ରସାଦ ନେବାକୁ ବ୍ୟବସ୍ଥା କରାଯାଇଛି ।

ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାପ୍ରସାଦ ପାଇଁ ଦୁଇଟି ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି । ସୁଆର ଓ ମହାସୁଆର ନିଯୋଗ ପ୍ରତିନିଧିଙ୍କ ଜରିଆରେ ମହାପ୍ରସାଦ ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ କିଭଳି ଅଧିକ ସୁବିଧାରେ ମହାପ୍ରସାଦ ମିଳିପାରିବ ସେନେଇ ମଧ୍ୟ ନଜର ରହିଛି । ତେଣୁ ଆଗାମୀ ଦିନରେ ଏଥିପାଇଁ ଟୋଲ ଫ୍ରି ନମ୍ବର ବି ଜାରି କରିବାକୁ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

Puri Administration Appealed To Older Age Not Come To Srikhetra For Kartik Brata Amid Pandemic

ସେହିପରି ଗତକାଲି ଶ୍ରୀକ୍ଷେତ୍ର ପୁରୀକୁ ହବିଷ୍ୟାଳୀ ବ୍ରତ କରିବା ପାଇଁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କୋଭିଡ ସମୟରେ ବ୍ରତ ନେଇ ଜନଗହଳି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି  । ଏହାସହ ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

Leave a Reply