spot_img

Latest Posts

ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା : ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ

ସମ୍ବଲପୁର : ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା। ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ। ତେଣେ ଶିଶୁ ଚୋରର ଟେର୍ ପାଉନି ପୋଲିସ। ପ୍ରସୂତି ବିଭାଗରୁ ଶିଶୁ ଚୋରି କରି ନେଉଥିବାର ସିସିଟିଭି ଭିଜୁଆଲ ଅନୁିସାରେ ଚାରିଟି ଟିମ୍ ଗଠନ କରିଛି ପୋଲିସ। ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା  ଅଭିଯୋଗ ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ । ଅନ୍ୟପଟେ ଏହି ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍। ଓଡ଼ିଶା, ଛତିଶଗଡ ସୀମା ସିଲ କରିଛି ପୋଲିସ।

Latest Posts

Don't Miss