କରୋନା ପ୍ରଭାବ : ଜାନୁଆରୀ ଓ ଫେବ୍ରୁଆରୀରେ ହେବ ନାହିଁ ସିବିଏସଇ ପରୀକ୍ଷା

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଜାନୁଆରୀ ଓ ଫେବ୍ରୁଆରୀ ମାସରେ CBSE ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଏହି ଘୋଷଣା କରିଛନ୍ତି । ପରୀକ୍ଷା ପାଇଁ ନୂଆ ତାରିଖ ପରେ ଘୋଷଣା କରାଯିବ ବୋଲି ନିଶଙ୍କ କହିଛନ୍ତି ।

ଶିକ୍ଷା ସମ୍ବାଦର ୨୨ତମ ସଂସ୍କରଣ କାଳରେ ଆଜି ଶିକ୍ଷକଙ୍କ ସହ ଲାଇଭ୍ ଅନଲାଇନ୍ ମତ ଆଦାନପ୍ରଦାନ କାଳରେ କେନ୍ଦ୍ର ଶିକ୍ଷ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଶିକ୍ଷା ସମ୍ବନ୍ଧିୟ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷମନ୍ତ୍ରୀ ଆଲୋଚନା କାଳରେ କରୋନା କାରଣରୁ ପରୀକ୍ଷା ପରିଚାଳନାରେ ଆସୁଥିବା ସମସ୍ୟା ବାବଦରେ ମତ ରଖିଥିଲେ ।

ପରୀକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ

ଅଭିଭାବକଙ୍କ ପକ୍ଷରୁ ବୋର୍ଡ ପରୀକ୍ଷା ମେ ମାସରେ କରିବାକୁ ଦାବି ହୋଇ ଆସୁଛି । ଚଳିତ ମମାସରେ ନିଶଙ୍କ କହିଥିଲେ ଯେ, ଛାତ୍ରଙ୍କୁ ପରୀକ୍ଷାର ନୂଆ ପ୍ୟାଟର୍ଣ୍ଣ ଅନୁସାରେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ।ପରୀକ୍ଷା ମାର୍ଚ୍ଚ ମାସରେ କରିବାର କୌଣସି ବାଧ୍ୟବାଧକତା ନାହିଁ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ନିର୍ଧାରିତ କରାଯିବ ।

୩୦ ପ୍ରତିଶତ ପାଠ୍ୟକ୍ରମ କମ

ପୂର୍ବରୁ ୨୦୨୧ ବୋର୍ଡ ପରୀକ୍ଷା ପାଇଁ ସିବିଏସଇର ୩୦ ପ୍ରତିଶତ ସିଲାବସ କମ କରି ଦିଆଯାଇଛି । ମାର୍କସିଟରୁ ଫେଲ ଶବ୍ଦକୁ ହଟାଇ ଦିଆଯାଇଛି ।

Leave a Reply