ଅଭିଶାପ ପାଲଟିଛି ଅନଲାଇନ୍ ପାଠପଢ଼ା, ଆସୁନି ନେଟୱାର୍କ

ଗଜପତି: ଯେଉଁଠି ମୋବାଇଲରେ କଥା ହେବା ଦୂରୁହ ବ୍ୟାପର, ସେଠି ଅନଲାଇନ୍ ପାଠପଢା ସ୍ୱପ୍ନ ମାତ୍ର । ଏବେବି ରାଜ୍ୟର ଅନେକ ସ୍ଥାନ ଅଛି ଯେଉଁଠି ଆଜି ବି ଇଣ୍ଟରନେଟ୍ ସେବା ଅପହଞ୍ଚ ହୋଇ ରହିଛି । ଏଭଳି ସ୍ଥିତିରେ କିଛି ସ୍ଥାନରେ ଅନଲାଇନ୍ ପାଠପଢ଼ା ପ୍ରହସନ ପାଲଟିଛି ।

ଗଜପତି ଜିଲ୍ଲାରେ ଅଭିଶାପ ପାଲଟିଛି ଅନଲାଇନ୍ ପାଠପଢା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ୍ ସେବା ନଥିବା ବେଳେ ସବୁ ସ୍ଥାନରେ ମୋବାଇଲରେ କଥା ହେବା କାଠିକର ପାଠ ପାଲଟିଛି । ସେପଟେ ଗରିବ ଶ୍ରେଣୀର ଲୋକଙ୍କ ପକ୍ଷେ ସ୍ମାର୍ଟ ଫୋନ କିଣିବା ମଧ୍ୟ ଅସମ୍ଭବ ହୋଇ ପଡିଛି । ଏଭଳି ସ୍ଥିତିରେ କୋଭିଡ୍ ଗାଇଡଲାଇନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ଯାହା ଗ୍ରାମଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ପଡ଼ିଛି ।

ଗ୍ରାମାଞ୍ଚଳରେ ନା ଆସୁଛି ନେଟୱାର୍କ ନା ପଢିପାରୁଛନ୍ତି ପିଲା । ଯେଉଁଠି ନେଟୱାର୍କ ଆସୁଛି ସେଠି ସାମାଜିକ ଦୂରତା ବଜାୟ ରଖିବା କଷ୍ଟକର ହୋଇପଡୁଛି । ଏହାରି ଭିତରେ ପିଲାଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ । ଏମାନଙ୍କ ପାଇଁ ବ୍ୟବସ୍ଥା ସୁଚିନ୍ତିତ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଅଭିଭାବକ । ଏବେ ପିଲାଙ୍କ ଭବିଷ୍ୟତ ନେଇ ଉପୁଜିଛି ଦ୍ୱନ୍ଦ୍ୱ ।

(ଗଜପତିରୁ ସରୋଜ ବିରା)

ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ

Leave a Reply