ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ଏହି ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: ଭାରତରେ ସୁରକ୍ଷିତ ଭାବେ ପହଞ୍ଚଥିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ରବିବାର ଅଭିନେତ୍ରୀ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ନୁସରତଙ୍କୁ ଦେଖିବାକୁ ମିଳିଛି । ସେ ନିଜର ଲଗେଜ ବକ୍ସ ସହ ବିମାନବନ୍ଦର ବାହାରକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଚାହିଁ ବସିଥିଲେ । ଏବେ ଇସ୍ରାଏଲରେ କେମିତି ସ୍ଥିତି ରହିଛି ଏବଂ ତାଙ୍କ ସହ କ’ଣ ଘଟିଛି ନି ନାହିଁ? ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠିଥିବାବେଳେ ଏହାର ଉତ୍ତର ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ବିମାନ ବନ୍ଦରରେ ଚାହିଁ ରହିଥିଲେ । କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ନୁସରତଙ୍କୁ ରିପୋଟରମାନେ ଚାରି ପାଖରେ ଘେରି ଯାଇଥିବାବେଳେ ସେ ନର୍ଭସ ଥିବାଭଳି ଦେଖା ଯାଉଥିଲେ । ତାଙ୍କୁ ଦେଖିଲେ ଏଭଳି ଲାଗୁଥିଲା କି, ସେ ଡରି ଯାଇଛନ୍ତି । ତାଙ୍କୁ ଗାର୍ଡମାନେ ଚାରି ପାଖରେ ଘେରି ରହିବା ସହ ଗାଡ଼ିରେ ନେଇ ବସାଇଥିଲେ । ବିନା ମେକଅପରେ ନଜର ଆସିଥିଲେ । ଏହାସହ ସେ କେବଳ ଗୋଟିଏ କଥା କହିଥିଲେ କି, ମୁଁ ଘରକୁ ଯିବାକୁ ଚାହୁଁଛି । ମୋତେ ପହଞ୍ଚିବା ପାଇଁ ଦିଅନ୍ତୁ । ସେ ଏକ ଗୋଲାପୀ ରଙ୍ଗର ଡ୍ରେସରେ ନଜର ଆସିଥିଲେ ।

ସୂଚନା ଥାଉକି, ଇସ୍ରାଏଲରେ ଏବେ ଯୁଦ୍ଧ ଚାଲିଛି । ଯେଭଳି ନୃଂଶସଭାବେ ଆତଙ୍କବାଦୀମାନେ ହତ୍ୟା କରୁଛନ୍ତି ତାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା ସେତେବେଳେ ସମସ୍ତେ ଚିନ୍ତାରେ ରହିଥିଲେ । ଏଭଳି ଏକ ସମୟରେ ଖବର ଆସିଥିଲା କି, ବଲିଉଡ ଅଭିନେତ୍ରୀ ନୁସରତ ଇସ୍ରାଇଲରେ ଫସି ରହିଛନ୍ତି । ସେ ’ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ’ରେ ଭାଗ ନେବାକୁ ଯାଇଥିଲେ । ସେ ୯ ଦିନ ପୂର୍ବରୁ ଇସ୍ରାଏଲ ଯାଇଥିଲେ । ଏବଂ ଫସି ରହିଥିବା ଖବର ଭାରତ ସରକାର ଜାଣିବା ପରେ ଏକ ଆଡ଼ଭାଇଜରି ଜାରି କରିଥିଲେ । ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । କେବଳ ଅଭିନେତ୍ରୀ ନୁହଁନ୍ତି ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆଡଭାଇଜରି ଜାରି କରାଯାଇଥିଲା ।

ତେବେ ନୁସରତଙ୍କୁ ଉଦ୍ଧାର ପାଇଁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା । ଦୂତାଭାସ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଏପରିକି ଭାରତ ଫେରିବା ପାଇଁ ବିମାନ ମଧ୍ୟ ମିଳିନଥିଲା । ଏଭଳି ସମୟରେ ସ୍ବତନ୍ତ୍ର ବିମାନରେ ସେମାନଙ୍କୁ ଭାରତ ପଠାଯାଇଥିଲା । ଅଭିନେତ୍ରୀ ଭାରତରେ ପହଞ୍ଚିଥିବାବେଳେ ସେଠାକାର ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ରିପୋର୍ଟରମାନେ ବିଭିନ୍ନ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ଭୟଭୀତ ଥିବାବେଳେ ଘରକୁ ଯିବାକୁ ଚାହୁଁଥିବା କହିଥିଲେ ।