ଗୃହ ଆରମ୍ଭରୁ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଶନିବାର ମଧ୍ୟ ଧୋଇଗଲା ବିଧାନସଭାର ପ୍ରଶ୍ନକାଳ । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲ ବିଜେପି ବିଧାୟକ । ପର୍ଯ୍ୟଟନକ ମନ୍ତ୍ରୀ ଅଶ୍ବିନୀ ପାତ୍ର ଉତ୍ତର ରଣଖୁଥିବା ବେଳେ ବିଜେପି ବିଧାୟୟକମାନେ ନାରାବାଜି ଦେଇଥିଲେ । ୨ ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମହିଳାଙ୍କୁ ଅସମ୍ମାନ କରିଛି ବିଜେପି । ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବିଜେପି ଅଶୋଭନୀୟ ଆଚରଣର ସବୁ ସୀମା ଟପିଛି । ଯେଉଁଥି ପାଇଁ ବିଜେପିର ଦୁଇ ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗକୁ ଚଳିତ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଛି । ତେବେ ବିଜେପି ବିଧାୟକଙ୍କ ଏଭଳି ଆଚରଣକୁ ସବୁ ମହଲରୁ ସମାଲୋଚନା କରାଯାଉଛି ।