ଓଡ଼ିଶା ମୁହାଁ ବଡ଼ବଡ଼ ଶିଳ୍ପଦ୍ୟୋଗୀ

1 min read

ଭୁବନେଶ୍ୱର: ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ସାରା ବିଶ୍ବର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି ରାଜ୍ୟ । ଓଡ଼ିଶା ମୁହାଁ ବିଶ୍ବର ବଡ଼ବଡ଼ ଶିଳ୍ପଦ୍ୟୋଗୀ । ଶିଳ୍ପ ପ୍ରତିଷ୍ଠାନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଦିନଥିଲା ଓଡିଶା ରାଉରକେଲାରେ ଏକ ମାତ୍ର ଷ୍ଟିଲପ୍ଲାଣ୍ଟ ଥିଲା । ଏବେ ୭ ଟି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହୋଇ ପାରିଛି। ଓଡିଶାରେ ରହିଛି ଶିଳ୍ପ କ୍ଷେତ୍ରରେ ଅଦ୍ଭୁତପୂର୍ଣ୍ଣ ଭିତ୍ତିଭୂମି । ଏଥିପାଇଁ ସାରା ବିଶ୍ବରୁ ଶିଳ୍ପଦ୍ୟୋଗୀ ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡିଶାର କଂସରିଗୁଡ଼ାରେ ଶହେ କୋଟି ଡଲାର ନିବେଶ କରି ନୂଆ ଆଲୁମିନା ରିଫାଇନରି କରୁଛି ହିଣ୍ଡାଲକୋ। ଏହାସହ ସମ୍ବଲପୁର ହୀରାକୁଦ ଲପଙ୍ଗାରେ ୩ ହଜାର ୮୦୦ କୋଟି ଟଙ୍କା ପୁଞ୍ଜନିବେଶରେ ଏକ ଆଲୁମିନିୟମ ରୋଲିଂ ମିଲ୍ ପ୍ରକଳ୍ପ ସ୍ଥାପନ କରିବ । ଏହାସହ ଇଲେକ୍ଟ୍ରିକ ବ୍ୟାଟେରୀ ପାଇଁ ଆଲୁମିନିୟମ ଫଏଲ୍ ତିଆରି ପାଇଁ ହିଣ୍ଡାଲକୋ ଲପଙ୍ଗାରେ ଏକ ପ୍ଲାଣ୍ଟ ବି ସ୍ଥାପନ କରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଟାଲସର ୭୭ ତମ ବାର୍ଷିକ ବୈଷୟିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଆଇଏମ କନକ୍ଳେଭ ସଭାପତି ତଥା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ।

ଜଗତସିଂହପୁରରେ JSW ଷ୍ଟିଲର ପ୍ରସ୍ତାବିତ ମେଗା ଇସ୍ପାତ ପ୍ଲାଣ୍ଟ ସମ୍ପର୍କରେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ପ୍ଲାଣ୍ଟରେ ଅନେକ କାମ ଜାରି ରହିଛି। ଆଗାମୀ କିଛି ମାସରେ ଏହାର ଅଗ୍ରଗତି ଦେଖିବାକୁ ମିଳିବ। ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ କମ୍ପାନୀମାନେ ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଉଥିବା କହିଛନ୍ତି JSW ଅଧ୍ୟକ୍ଷ ।

ଶିଳ୍ପ କ୍ଷେତ୍ରରେରେ ଓଡିଶା ଏଵେ ଦେଶର ଡବଲ ଡିଜିଟ ଛୁଇଁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପାଇଁ ଏଵେ ଓଡିଶା ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶ୍ୱର ପ୍ରମୁଖ ଡେଷ୍ଟିନେସନ ପାଲଟିଛି ।