ଉପନିର୍ବାଚନ ପୂବରୁ ବିଜେପିକୁ ବଡ଼ ଝଟକା, ଭଣ୍ଡୁର ହେଲା ମିଶ୍ରଣ ପର୍ବ..

1 min read
BJP Won 40 Seats Out Of 59 In Assembly By Polls In 11 States

ଜଗତସିଂହପୁର: ରମାକାନ୍ତଙ୍କ ଅନୁପସ୍ଥିତିକୁ ମ୍ୟାନେଜ କରିବାକୁ ବିଜେପିର ତିର୍ତ୍ତୋଲ ପ୍ଲାନ ଫେଲ୍‌ । ମିଶ୍ରଣ ପର୍ବରେ ସୃଷ୍ଟି ହେଲା ମହାଭାରତ । ଦଳ ପାଇଁ ଲଢ଼ି ଜେଲ ଯାଇଥିବା ନେତାଏ ଦଳର ଅଣଦେଖା ନେଇ କରିଛନ୍ତି ହୋ-ହଲ୍ଲା ।

ଅପଦସ୍ତ ହେଲେ, ଲୁଚିକି ପଳାଇଲେ ରାଜ୍ୟ ଉପସଭାପତି ଓ ପ୍ରଭାରୀ । ବିଜେପି ଓ ବିଶୃଙ୍ଖଳା ପରସ୍ପରର ପରିପୂରକ, ଏକଥା କାହାକୁ ଅଛପା ନାହିଁ । କୋଭିଡ କଡ଼କଣା ଉଲ୍ଲଂଘନ କରି ପୂର୍ବରୁ ଅମାନିଆ ପଣରେ ରେକର୍ଡ କରିଥିଲେ ବିଜେପି ନେତା । ଏବେ ନିଜ ଦଳୀୟ କାର୍ଯ୍ୟକ୍ରମରେ ବି ଅନୁଶାସନହୀନ ମାନସିକତାର ପରିଚୟ ଦେଇଛନ୍ତି । ତିର୍ତ୍ତୋଲ ଉପନିର୍ବାଚନର ବାଜିମାତର ସ୍ୱପ୍ନ ନେଇ ସବୁ ଦଳ ବଳ ଗୋଟାଉଛନ୍ତି । ଏହି କ୍ରମରେ ବିଜେପି ବି ଆୟୋଜନ କରିଥିଲା ମିଶ୍ରଣ ପର୍ବ ।

ତିର୍ତ୍ତୋଲରେ ପାର୍ଟି ଅଫିସ ଖୋଲି ମିଶ୍ରଣ ପର୍ବ କରୁଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ବିଜେପି କର୍ମୀ ଜାହିର କରିଥିଲେ ନିଜ ପୁଞ୍ଜିଭୂତ ଅସନ୍ତୋଷ । ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ଅପଦସ୍ତ କରିବାକୁ ମଧ୍ୟ ପଛାଇନଥିଲେ ବିଜେପି କର୍ମୀ ଓ ନେତା ।

ପୂର୍ବରୁ ବିଜେପି ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଦଳ ଛାଡିଥିଲେ । ଯାହା ଦଳୀୟ କନ୍ଦଳକୁ ପଦାରେ ପକାଇଥିଲା । ଏବେ ନେତୃତ୍ୱ ଖୋଜୁ ଥିବା ବିଜେପିକୁ ଏହି ବିରୋଧାଭାସ ଜୋରଦାର ଝଟକା ଦେଇଛି ।

ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଘୋଷଣା ହୋଇଛି ଉପନିର୍ବାଚନ । ତେବେ ସାଂପ୍ରତିକ ପରିସ୍ଥିତିରେ ବିଜେଡିର ପଲ୍ଲା ଭାରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମାତ୍ର ଗୋଟିଏ ପରେ ଗୋଟିଏ ରଣନୀତି ଭଣ୍ଡୁର ପରେ ଏବେ ଛାନିଆରେ ବିରୋଧୀଙ୍କ ଶିବିର ।

Leave a Reply