ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ

କେନ୍ଦ୍ରାପଡ଼: ପୁଣି ସାମନାକୁ ଆସିଲା ଠକାମି ଖବର । ଚାକିରି ନାଁରେ ଯୁବକଙ୍କୁ ଠକିଦେଲା କମ୍ପାନୀ । ଚାକିରୀ ଦେବା ନାଁରେ ବେକାର ଯୁବକ ମାନଙ୍କୁ ଠକିଛି ୱାନ ଟୁ ୱାନ କମ୍ପାନୀ ନାମକ ଘରୋଇ ସଂସ୍ଥା । ମୋଟା ଅଙ୍କର ଦରମା ଦେବାର ପ୍ରଲୋଭନ ଦେଖାଇ କୋରୋନା ଲକଡାଉନ ପରେ କେନ୍ଦ୍ରାପଡ଼ା ପାଟକୁରା ଅଞ୍ଚଳର ଅନେକ ଯୁବକ ମାନଙ୍କୁ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ଚାକିରୀ ଦେବାକୁ କହି ଜଣକା ୩୫ ହଜାର ଟଙ୍କା ଓ କିସାନ କାର୍ଡ ପଞ୍ଚାୟତ କୋଡିନେଟରର ନକଲି ଆଇ କାର୍ଡ ଦେଇ ଟଙ୍କା ଆଦାୟ କରି ୩୦ ଲକ୍ଷ ଠକି ନେଇଛନ୍ତି ୱାନ ଟୁ ୱାନ କମ୍ପାନି । ପ୍ରତାପ ମହାନ୍ତି ନାମକ ବ୍ୟକ୍ତି ନିଜେ ପିଲାଙ୍କ ଠାରୁ ଟଙ୍କା କଲେକ୍ସନ କରିଥିଲେ ।ଦରମା ଦେବାପାଇଁ ଯୁବକ ମାନଙ୍କ ସହ ମଧ୍ୟ ଠକ ପ୍ରତାପ ମହାନ୍ତି ଦରମା ଓ ଟିଏ ଦିଏ ଦେବାକୁ ଏଗ୍ରିମେଣ୍ଟ କରିଥିଲେ ।

କିଛି ପିଲାଙ୍କୁ ଏକ ମାସ ନିଜ ସଂସ୍ଥା ମାଧ୍ୟମ ରେ  ନିଯୁକ୍ତି ଦେଇ କାର୍ଯ୍ୟ ରେ ଲଗାଇଥିଲେ, ହେଲେ ହଠାତ କମ୍ପାନୀ ନାମରେ ଟଙ୍କା ଆଦାୟ କରି ପ୍ରତାପ ମହାନ୍ତି ଓ ତାଙ୍କ ସହଯୋଗୀ ମାନେ ଚମ୍ପଟ ମାରିଥିଲେ । କମ୍ପାନୀ ଫର୍ଡ ବୋଲି ସମସ୍ତେ ଜାଣି ପାରିଲେ.ଏନେଇ ପୂର୍ବରୁ ପାଟକୁରା ଥାନା ରେ ଏକାଧିକ ଅଭିଯୋଗ ହୋଇଥିଲା ।ପ୍ରତାପ ଙ୍କ ଘର ପାଖରେ ପହଂଚି ଟଙ୍କା ଦେଇ ଥିବା ଯୁବକ ମାନେ ପ୍ରତାପ ଙ୍କୁ କାବୁ କରିଥିଲେ. କିନ୍ତୁ ପୋଲିସ ଙ୍କ ନୀରବତା ପାଇଂ ପ୍ରତାପ ଖସି ଯାଇଥିଲେ । ଶେଷରେ ଠକାମୀ ର ଶିକାର ହୋଇଥବା ଯୁବକ ମାନେ କେନ୍ଦ୍ରାପଡ଼ା କୋର୍ଟ ରେ ପ୍ରତାପ ମହାନ୍ତି ଓ ତାଙ୍କ ସଂସ୍ଥା ନାମ ରେ ଠକେଇ ଅଭିଯୋଗ ରେ ୱାନ ସି ସି କେଶ କରିଛନ୍ତି ।