ଟିକା ନେଇ ସମସ୍ତେ ବାହୁବଳୀ: ପ୍ରଧାନମନ୍ତ୍ରୀ ମୋଦି

1 min read

ନୂଆଦିଲ୍ଲୀ: ସଂସଦର ମୗେସୁମୀ ଅଧିବେଶନ ସୋମବାର ଦିନଠାରୁ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିରୋଧି ମାନେ ଜଟିଳ ରୁ ଅତି ଜଟିଳ ପ୍ରଶ୍ନ ପଚାରିକି ସରକାରଙ୍କୁ ଘେରି ଥିଲେ । ଏଥିସହିତ ସବୁ ପ୍ରଶ୍ନର ଜବାବ ଦେବାକୁ ସେମାନେ ସରକାରଙ୍କୁ ସୁଯୋଗ ମଧ୍ୟ ଦେଇଛନ୍ତି । ଯାହା ଦ୍ୱାରା ଜନତାଙ୍କ ପାଖରେ ସରକାରଙ୍କ ଆବାଜ ପହଞ୍ଚିପାରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଶା କରୁଛୁ ଯେ ସମସ୍ତେ ଗୋଟିଏ ଡୋଜ୍ ଭ୍ୟାକ୍ସିନ ନେଇଥିବେ । ସବୁ ସଦସ୍ୟ ଓ ଅନ୍ୟ ଲୋକମାନେ କରୋନା ପ୍ରୋଟୋକଲ୍ ପାଳନ କରନ୍ତୁ । ଟିକା ବାହୁରେ ଲାଗିଥାଏ, ଫଳରେ ଆପଣ ବାହୁବଳୀ ହୋଇଥାନ୍ତି । ଏବେ ଯାଏଁ ୪୦ କୋଟିରୁ ଅଧିକ ଜନତା କରୋନା ବିରୋଧରେ ବାହୁବଳୀ ହୋଇସାରିଛନ୍ତି ।

କରୋନା ସଂକ୍ରମଣ ଏବେ ପୂରା ଦୁନିଆକୁ ନିଜ କବଳରେ ରଖିଛି । ଏହି ମହାମାରୀକୁ ନେଇ ସଂସଦରେ ସାର୍ଥକ ଆଲୋଚନା ହେବା ଉଚିତ୍ ବୋଲି ମୋଦି କହିଛନ୍ତି । ଏନେଇ ବିରୋଧି ମାନେ ଯାହା ପରାମର୍ଶ ଦେବେ, ତାକୁ କରୋନା ବିରୋଧି ଲଢେଇରେ ଉପଯୋଗ କରାଯିବ ।

ଫ୍ଲୋର ଲିଡର୍ସ ମାନଙ୍କ ସହ ଏହି ମାମଲାରେ ଆଲୋଚନା କରାଯିବ, କାରଣ ଏହି ମାମଲାରେ ମୁଁ ସବୁ ଲୋକମାନଙ୍କ ସହ ଲଗାତାର ଚର୍ଚ୍ଚା କରୁଛି । ଦେଶର ଜନତା ଯେଉଁ ବିଷୟରେ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ସରକାର ସେସବୁର ଉତ୍ତର ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ସଂସଦର ମୗେସୁମୀ ଅଧିବେଶନରେ ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ରହିଛି । ଯେଉଁଥିରେ କରୋନା ସଙ୍କଟ, ଦର ବୃଦ୍ଧି, ତୈଳ ଦରରେ ବୃଦ୍ଧି ଭଳି ଅନେକ ସମସ୍ୟା ରହିଛି ।

Leave a Reply