‘ଯେଉଁମାନେ ରାମ ମନ୍ଦିର ତାରିଖ ପଚାରୁଥିଲେ,ଏବେ ସେମାନେ ତାଳି ମାରୁଛନ୍ତି’

ଦରଭଙ୍ଗା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ବିଗୁଲ ଫୁଙ୍କିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦରଭଙ୍ଗାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାମ ମନ୍ଦିର ପ୍ରସଙ୍ଗକୁ ଉଠାଇଛନ୍ତି । କହିଛନ୍ତି ଯେ,ଯେଉଁମାନେ ରାମମନ୍ଦିର ତାରିଖ କଥା ପଚାରୁଥିଲେ ଏବେ ସେମାନେ ବାଧ୍ୟ ହୋଇ ତାଳି ମାରୁଛନ୍ତି ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିର ଭୂମିପୂଜନ କାଳରେ ପ୍ରଧାନମନ୍ତ୍ରୀ ଜୟ ଶ୍ରୀରାମ ବଦଳରେ ଜୟ ସିୟାରାମ କହିଥିଲେ । ସେତେବେଳେ ଏହାକୁ ବିହାର ବିଧାନସଭା ନିର୍ବାଚନ ସହ ଯୋଡି ଦେଖାଯାଉଥିଲା । କାରଣ ବିହାର ହେଉଛି ମାତା ସୀତାଙ୍କ ବାପଘର । ଆଜିର ସଭାରେ ରାମ ମନ୍ଦିର ପ୍ରସଙ୍ଗ ଉଠାଇ ମୋଦି ଭୋଟରଙ୍କୁ ପରୋକ୍ଷରେ କେଉଁମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ତାହା ମନେ ପକାଇ ଦେଇଛନ୍ତି ।

ପିଏମ୍ ବିରୋଧୀଙ୍କୁ ନିଶାନାକୁ ନେଇ କହିଥିଲେ ଯେ, ଯେଉଁମାନେ ଆଗରୁ ସରକାରରେ ଥିଲେ ସେମାନଙ୍କ ମନ୍ତ୍ର ଥିଲା ଟଙ୍କା ହଜମ ତ’ ଖେଳ ଖତମ । କୋସୀ ମହାସେତୁ ସହ କ’ଣ ହୋଇଥିଲା ସମସ୍ତେ ଜାଣନ୍ତି । କେନ୍ଦ୍ରରେ ଏନଡିଏ ଓ ବିହାରରେ ନୀତିଶ ସରକାର ଆସିବା ପରେ କୋସୀ ମହାସେତୁର କାମ ଦ୍ରୁତଗତିରେ ହୋଇଥିଲା ଓ ସରିଥିଲା । ବିହାର ବିକାଶର ଆଗାମୀ ଚରଣ ହେଉଛି ଆତ୍ମନିର୍ଭର ବିହାର ।

ପିଏମ୍ ମୋଦି ଆଜି ଦରଭଙ୍ଗା ରାଲି ପରେ ମୁଜାଫରପୁରର ମୋତିପୁର ଚିନି ମିଲସ୍ଥିତ ପଂଚମୁଖୀ ମୈଦାନରେ ଦ୍ୱିତୀୟ ଜନସଭାକୁ ସମ୍ବୋଧିତ କରିବେ ।

Leave a Reply