ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ମମତା; ଡକାଯାଉ ପେଗାସସ୍ ଉପରେ ସର୍ବଦଳୀୟ ସମ୍ମିଳନୀ

1 min read

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପେଗାସସ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୖେଠକ ଡାକନ୍ତୁ ବୋଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହି ଘଟଣାର ତଦନ୍ତ ହେବା ଉଚିତ୍ ବୋଲି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିବା ନେଇ ଦିଦି କହିଛନ୍ତି । ସାକ୍ଷାତକାର ପରେ ଦିଦି ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର। ଏହି ସମୟରେ ଆମକୁ ଅଧିକ ଟିକା ମିଳିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲୁ। ଜନସଂଖ୍ୟା ଦୃଷ୍ଟିରୁ ଆମ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଟିକା ପାଇଛି। ତେଣୁ ଜନସଂଖ୍ୟା ଅନୁଯାୟୀ ରାଜ୍ୟକୁ ଅଧିକ କୋଭିଡ ଟିକା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୈଠକ ନେଇ ମଧ୍ୟ ଟୁଇଟ୍ କରାଯାଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମମତା ବାନାର୍ଜୀ କଂଗ୍ରେସର ବରିଷ୍ଠ ନେତା କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କୁ ଭେଟିଥିଲେ। ଅନେକ ପ୍ରସଙ୍ଗରେ ଉଭୟ ନେତାଙ୍କ ସହ ଆଲୋଚନା ହୋଇଥିବା ଜଣାପଡିଛି । ଆସନ୍ତାକାଲି ଦିନ ୧୦ଟା ବେଳେ ମମତା ବାନାର୍ଜୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

 

Leave a Reply