ସାଧାରଣତନ୍ତ୍ର ଦିବସ ପାଇଁ ଲୋୟର ପିଏମଜିରୁ ହଟିଲେ ଏଏନଏମ କର୍ମୀ

police-forcibly-disperse-anm-workers-in-bhubaneswar

ଭୁବନେଶ୍ୱର: ଲୋୟର ପିଏମଜି ଧାରଣା ସ୍ଥଳରୁ ହଟିଲେ ମହିଳା ସ୍ୱାସ୍ଥ୍ୟକର୍ମୀ । ସାଧାରଣତନ୍ତ୍ର ଦିବସ ମିଳିତ ପ୍ୟାରେଡ଼ ଆୟୋଜନ ପାଇଁ ଧାରଣା ସ୍ଥଳ ଛାଡିବା ପାଇଁ ବାରମ୍ବାର ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ସଂଘକୁ ଅନୁରୋଧ କରାଯାଇଥିଲା । ଡ଼ାକବାଜି ଯନ୍ତ୍ର ଯୋଗେ ଧାରଣାରୁ ହଟିବାକୁ ଆହ୍ୱାନ କରାଯାଇଥିଲା ।

୧୪୪ ଧାରା ଲାଗୁ କରାଯାଇ ଆଇନକୁ ହାତକୁ ନନେବାକୁ ପରାମର୍ଶ ବି ଦିଆଯାଇଥିଲା । ତଥାପି ଆଜି ଭୋରରୁ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ଧାରଣା ସ୍ଥଳରେ ଏକାଠି ହୋଇ ଧାରଣାରେ ବସିଥିଲେ । ସ୍ୱାସ୍ଥ୍ୟକର୍ମୀଙ୍କୁ ବରିଷ୍ଠ ପୋଲିସ ଅଧିକାରୀମାନେ ବୁଝାଇ ବିଫଳ ହେବାପରେ ସମସ୍ତଙ୍କୁ ହଟାଯାଇଛି ।

ମହିଳା ପୋଲିସ କର୍ମୀଙ୍କ ସହାୟତାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ରିଜର୍ଭ ପୋଲିସ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆନ୍ଦୋଳନରୁ ହଟିନାହାନ୍ତି ବରଂ ସାଧାରଣତନ୍ତ୍ର ଦିବସ ପରେ ପୁଣି ଆନ୍ଦୋଳନକୁ ଫେରିବା ନେଇ ଚେତାବନୀ ଦେଇଛନ୍ତି ସଂଘ କର୍ମକର୍ତ୍ତା।

Leave a Reply