୩ ଫର୍ମାଟର କ୍ୟାପ୍ଟେନ ହେଲେ ରୋହିତ ଶର୍ମା
1 min readମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଟେଷ୍ଟ ଟିମକୁ ମିଳିଲା ନୂଆ ଅଧିନାୟକ । କ୍ରିକେଟର ତିନୋଟି ଯାକ ଫର୍ମାଟର ଅଧିନାୟକ ହେଲେ ରୋହିତ ଶର୍ମା । ଏନେଇ ବିସିସିଆଇ ପ୍ରେସମିଟରେ ରୋହିତ ଶର୍ମାଙ୍କ ନାଁ ଘୋଷଣା କରିଛି । ଏଥିସହ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ଓ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-ଟ୍ୱେଣ୍ଟି ସିରିଜରେ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ଆରାମ ଦିଆଯାଇଛି ।
Test squad – Rohit Sharma (C), Priyank Panchal, Mayank Agarwal, Virat Kohli, Shreyas Iyer, Hanuma Vihari, Shubhman Gill, Rishabh Pant (wk), KS Bharath, R Jadeja, Jayant Yadav, R Ashwin, Kuldeep Yadav, Sourabh Kumar, Mohd. Siraj, Umesh Yadav, Mohd. Shami, Jasprit Bumrah (VC).
— BCCI (@BCCI) February 19, 2022
ଦୀର୍ଘ ଦିନ ଧରି ଟେଷ୍ଟ ଦଳରୁ ବାହାର ଥିବା ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଟିମରେ ସ୍ଥାନ ପାଇନାହାଁନ୍ତି । ଏହି ୨ ଖେଳାଳିଙ୍କ ଛଡ଼ା ଟେଷ୍ଟ ଟିମରୁ ଦ୍ରୁତ୍ ବୋଲର ଇଶାନ୍ତ ଶର୍ମା ଓ ୱିକେଟକିପର ଋଦ୍ଧିମାନ ଶାହାଙ୍କୁ ବାହାର କରି ଦିଆଯାଇଛି । କିଛିମାସ ହେଲା ଇଶାନ୍ତ ଶର୍ମାଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିବା ବେଳେ ଋଦ୍ଧିମାନଙ୍କ ସ୍ଥାନରେ ଯୁବା କେଏସ୍ ଭରତଙ୍କୁ ଭର୍ତ୍ତି କରାଯାଇଛି ।
T20I squad – Rohit Sharma (C),Ruturaj Gaikwad, Shreyas Iyer, Surya Kumar Yadav, Sanju Samson, Ishan Kishan (wk), Venkatesh Iyer, Deepak Chahar, Deepak Hooda, R Jadeja, Y Chahal, R Bishnoi,Kuldeep Yadav, Mohd. Siraj, Bhuvneshwar Kumar, Harshal Patel, Jasprit Bumrah(VC),Avesh Khan
— BCCI (@BCCI) February 19, 2022
ଦିନିକିଆ ଦଳର ଅଧିନାୟକତ୍ୱରୁ ବିରାଟ ହଟିବା ପରେ ରୋହିତଙ୍କୁ ବିସିସିଆଇ ଦାୟତ୍ୱ ଦେଇଥିଲା । କିନ୍ତୁ ଦକ୍ଷିଣଆଫ୍ରିକା ବିପକ୍ଷ ସିରିଜରେ ଫିଟନେସ୍ କାରଣରୁ ରୋହିତ ଯାଇଥିଲେ । ରୋହିତଙ୍କ ବଦଳରେ ଦଳର ନେତୃତ୍ୱ କେଏଲ୍ ରାହୁଲ ସମ୍ଭାଳିଥିଲେ । ଏବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପ୍ରଥମଥର ପାଇଁ ରୋହିତ ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେବେ । ୨୦୧୩ରେ ଭାରତ ପାଇଁ କ୍ୟାରିଅରର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ରୋହିତ ।