ସମ୍ବଲପୁର ସହରରେ ଚିନ୍ତା ବଢାଇଲାଣି ଟ୍ରାଫିକ ସମସ୍ୟା

1 min read

ସମ୍ବଲପୁର: ସମ୍ବଲପୁର ସହରରେ ଚିନ୍ତା ବଢାଇଲାଣି ଟ୍ରାଫିକ ସମସ୍ୟା। ସକାଳ ୯ ଟା ହୋଇଗଲେ ବିଭିନ୍ନ ଛକ ମାନଙ୍କରେ ଦେଖିବାକୁ ମିଳୁଛି ନାହିନଥିବା ଭିଡ। ବିଶେଷ କରି ସହର ଦେଇ ଯାଇଥିବା ମୁମ୍ବାଇ କୋଲକାତା ଜାତୀୟ ରାଜପଥ ଯୋଗୁ ପ୍ରାୟ ପ୍ରତ୍ୟକ ଦିନ ଗୁର୍ଘଟଣା ଘଟୁଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କାରିଛନ୍ତି ସହରବାସୀ।

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଯାଉଛି ଜୀବନ। ସମ୍ବଲପୁର ସହର ଦେଇ ଯାଇଥିବା ମୁମ୍ବାଇ କୋଲକତା ଜାତୀୟ ରାଜପଥ ୬ରେ ପ୍ରତିଦିନ ଘଟୁଛି ଦୁର୍ଘଟଣା । କେତେବେଳେ ଟ୍ରକ ଧକ୍କାଦେଇ ବାଇକକୁ ଘୋଷାଡି ନେଉଛି ତ ଆଉ କେତେବେଳେ ଦୁର୍ଘଟଣାରେ ଅଟୋ ଭାଙ୍ଗି ଚୁରମାର ହେଉଛି । NHAI କତୃପକ୍ଷ କିନ୍ତୁ ସବୁ ଦେଖି ପଦକ୍ଷେପ ନନେଇ ଚୁପ୍ ବସିଥିବା  କହିଛନ୍ତି ସହରବାସୀ । ସେପଟେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ଟ୍ରାଫିକ ବ୍ୟବସ୍ଥାକୁ ସଜାଡି ପାରୁନି ସମ୍ବଲପୁର ପୋଲିସ ।

ଟିକେ ଭଲଭାବେ ନଜର ପକାନ୍ତୁ ଏହି ଟ୍ରାଫିକ ଭିଡ ଉପରେ । ଏହା  ହେଉଛି ସହରର ବ୍ୟସ୍ତ ବହୁଳ ଅଇଁଠାପାଲି ଛକ ଏବଂ ବରେଇପାଲି ଛକ । ଯେଉଁଠି ରାସ୍ତା ପାର ହେବାକୁ ହେଲେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ସାମାନ୍ଯ ଅସାବଧାନତା ହେଲେ କେଉଁ ମୁହୁତ୍ତରେ ଜୀବନ ଚାଲିଯାଇପାରେ । ଭିଡ ଛକ ମାନଙ୍କରେ ଜଣେ କିମ୍ବା ଦୁଇଜଣ ଟ୍ରାଫିକ ପୋଲିସ ରହୁଛନ୍ତି, ଯାହାଫଳରେ ଭିଡକୁ ନିୟନ୍ତ୍ରଣ ହୋଇ ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଉଠିଛି ଦାବି ।