NMA ସଚିବଙ୍କୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ପତ୍ର, ମନ୍ଦିରକୁ ସ୍ମାରକୀ ଭାବେ ବିବେଚନା କରିବା ଠିକ୍ ନୁହେଁ

1 min read

ପୁରୀ: ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଚିଠା ପ୍ରସଙ୍ଗ । NMA ସଦସ୍ୟ ସଚିବଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ଚିଠିରେ ଅନୁରୋଧ କରିଛନ୍ତି କ୍ରିଷନ । ଶ୍ରୀଜିଉ, ସେବକ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥକୁ ନଜରରେ ରଖି ଚିଠା ପ୍ରସ୍ତାବ ପ୍ରତ୍ୟାହାର କରିବା ଉଚିତ ବୋଲି ମୁଖ୍ୟ ପ୍ରଶାସକ ଚିଠିରେ ଦର୍ଶାଇଛନ୍ତି । ଏହାକୁ ଗୁରୁତର ସହ ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି । ଏଭଳି ବାଇ-ଲ କିପରି ଜଗନ୍ନାଥ ମନ୍ଦିର ପୂଜା ରୀତିନୀତିକୁ ଉଲ୍ଲଂଘନ କରୁଛି ତାହା ଚିଠିରେ ଦର୍ଶାଇଛନ୍ତି ।

୧୯୭୯ ଚୁକ୍ତି ମୁତାବକ ଏଏସଆଇର କାର୍ଯ୍ୟ ସୀମିତ । କେବଳ ଶ୍ରୀମନ୍ଦିର ସଂରକ୍ଷଣ କାର୍ଯ୍ୟ କରିବ ଏଏସଆଇ । ଏହାବାଦ୍ ଅନ୍ୟ କୌଣସି କାମରେ ହସ୍ତକ୍ଷେପ କରିପାରିବନି ASI । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱୀକୃତ ସଂସ୍ଥା ଏବଂ ଶ୍ରମନ୍ଦିର ପରିଚାଳନା ପାଇଁ ୧୯୫୫ ମସିହାରେ ଏକ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି । ଶ୍ରୀମନ୍ଦିର ଏବଂ ଏହାରା ଚର୍ତୁପାର୍ଶ୍ୱରେ ଥିବା ସମସ୍ତ ସଂପତ୍ତି ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି । ଏନଏମଏର ଚିଠା ବାଇ-ଲ ସେବାୟତଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ।

ଯାହ ଦ୍ୱାରା ମନ୍ଦିରର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବ । ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କ ମୂଳପୀଠ, ଜୀବନ୍ତ ମନ୍ଦିର । ଏହାକୁ ସ୍ମାରକୀ ପୀଠ ଭାବେ ବିବେଚନା କରିବା ଠିକ୍ ନୁହେଁ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି । ତେବେ ଚିଠା ପ୍ରସ୍ତାବ ଉନ୍ନତିମୂଳକ କାର୍ଯ୍ୟକୁ ପ୍ରଭାବିତ କରିବ । ଚିଠା ପ୍ରସ୍ତାବ ଉପରେ ଆସନ୍ତା ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ବୈଠକରେ ଚିଠା ପ୍ରସ୍ତାବକୁ ଗ୍ରହଣ କରାଯିବ କି ନାହିଁ ସେନେଇ ଆଲୋଚନା ହେବ ।

Leave a Reply