ବିଲ ମଝିରେ ସାପକୁ ଖାଇଗଲା ଆଉଗୋଟିଏ ସାପ, ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

1 min read

ଅନୁଗୋଳ: ସାପକୁ ଧିରେ ଧିରେ କରି ଗିଳୁଛି ଆଉ ଗୋଟିଏ ସାପ । ଏ ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରେ । ଆପଣ ସାପ  ଟିଏ ବେଙ୍ଗ କି ମୂଷା ଖାଇଥିବାର ଦେଖିଥିବେ । କିନ୍ତୁ ସାପକୁ ସାପ ଖାଇବା ଆପଣଙ୍କୁ ଆଜି ଆମେ ଦେଖାଇବୁ । ଯାହାର ଭିଜୁଆଲ କଏଦ ହୋଇଛି ମୋବାଇଲରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ଭଲକରି ଦେଖନ୍ତୁ ଏ ଦୃଶ୍ୟ ।

https://www.facebook.com/nandighoshatv/videos/3456825231002280/?eid=ARA-ktg5Z3YdHMfGIBLWWZ0kYKGECyv6ZFf3Jj2ykxKJPP_qKVHVwVcCqo80eNZA0jv32AxKCwWpGfGM

ଗୋଟିଏ ବିରାଟ ଅହିରାଜ ଆଉ ଏକ ସାପକୁ ଗିଳୁଛି । ଆଠମଲ୍ଲିକର ଝିମେଇଚୁଆ ମନ୍ଦିର ପାଖରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା । ବିଲ ମଝିରେ ଧୀରେ ଧୀରେ ପୂରା ସାପକୁ ଗିଳିଦେଲା ଅହିରାଜ । କିଛି ସମୟ ଏଭଳି ଚାଲିବା ପରେ, ଅନ୍ୟ ସାପଟିକୁ ଅହିରାଜ ଗିଳିଦେଇଥିଲା । ସାପକୁ ଖାଇବା ପରେ ବିଲରୁ ଚାଲିଯାଇଥିଲା ଅହିରାଜ । ')}

Leave a Reply