କରୋନା ସଂକ୍ରମିତ ହେବା ପରେ କ୍ୱାରେଣ୍ଟାଇନରେ ସୋନୁ ସୁଦ୍, କହିଲେ- ‘ସାହାଯ୍ୟ ପାଇଁ ସବୁବେଳେ ସାଥିରେ ଅଛି’

1 min read
Sonu Sood Tests Positive For Covid-19 Quarantines Himself

ମୁମ୍ବାଇ: କରୋନା ସଂକଟ ସମୟରେ ଅସହାୟଙ୍କ ନିକଟରେ ଭଗବାନ ହୋଇ ଛିଡ଼ା ହେଉଥିବା ସୋନୁ ସୁଦ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସମସ୍ତ ସତର୍କତା ପଦକ୍ଷେପ ନେବା ସହ ସୋନୁ ସୁଦ୍ କ୍ୱାରେଣ୍ଟାଇନରେ ଥିବା କହିଛନ୍ତି ।

Sonu Sood Tests Positive For Covid-19 Quarantines Himself

ସୋନୁ ସୁଦ୍ କରୋନା ସଂକ୍ରମିତ ହେବା ପରେ ଟ୍ୱିଟ୍ କରି ଲେଖିଛନ୍ତି- ଆଜି ସକାଳେ ମୋର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ମୁଁ ସାବଧାନତାର ସହ ନିଜକୁ କ୍ୱାରେଣ୍ଟାଇନ୍ କରିବା ସହ ନିଜର ଧ୍ୟାନ ରଖିଛି । କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣମାନଙ୍କୁ ସାହାଯ୍ୟ କରିବା ଲାଗି ମୋତେ ଆଉ ଅଧିକ ସମୟ ମିଳିଛି । ମନେ ରଖନ୍ତୁ ମୁଁ ସବୁବେଳେ ଆପଣମାନଙ୍କ ସହ ଅଛି ।

ସୋନୁ ସୁଦ୍ ନିଜ ପୋଷ୍ଟର ପ୍ରଥମରେ ଲେଖିଛନ୍ତି କରୋନା-ପଜିଟିଭ୍, ମନ ଓ ବଳ- ସୁପର ପଜିଟିଭ୍ । ଏର୍ଥାତ୍ ସୋନୁ ସୁଦ୍ ଆଜି ବି ଲୋକଙ୍କୁ ସାହାଯ୍ୟ ଲାଗି ଛିଡ଼ା ଆଗଭର ଓ ହାରିବେ ନାହିଁ । ଏହା ସୋନୁଙ୍କ ପ୍ରଂଶସକ ଓ ଅନ୍ୟ ଦେଶବାସୀଙ୍କ ଲାଗି ପ୍ରେରଣା ଅଟେ । ସୋନୁ ସୁଦ ଏପ୍ରିଲ୍ ୭ରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେବା ସହ ସମସ୍ତଙ୍କୁ ଭ୍ୟାକ୍ସିନ୍ ନେବାକୁ ଅପିଲ୍ କରିଥିଲେ ।

Sonu Sood Tests Positive For Covid-19 Quarantines Himself

୨୦୨୦ ମସିହାରେ କରୋନା ଲକଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରି ସୋନୁ ସୁଦ୍ ସମସ୍ତଙ୍କ ମନ ଜିତିଥିଲେ । ସେବେଠାରୁ ଅଗଣିତ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି ସେ । ସୋନୁ ସୁଦ୍ ଲୋକଙ୍କ ଚିକିତ୍ସା ସହ ବିଦେଶରୁ ଭାରତକୁ ଫେରାଇ ଆଣିବା, ଅନ୍ୟ ରାଜ୍ୟରୁ ଘରକୁ ପଠାଇବା ସହ ଅନ୍ୟ କେତେକ ସାହାଯ୍ୟକାରୀ କାର୍ଯ୍ୟ କରିଛନ୍ତି ।

Leave a Reply