ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ, ପଏଣ୍ଟ ଟେବୁଲରେ ତୃତୀୟକୁ ଉନ୍ନିତ

1 min read

ଦୁବାଇ: ସ୍କଟଲ୍ୟାଣ୍ଡକୁ ହରାଇ ପୁଣି ଥରେ ବଡ଼ ଜିତାପଟ କରିଛି ଟିମ୍ ଇଣ୍ଡିଆ  ।  ଟି-୨୦ ବିଶ୍ବକପ୍‌ରେ ଭାରତର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଛି । ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି ।

ତେବେ ଭାରତ ଯଦି ସେମି ଫାଇନାଲକୁ ଯିବାକୁ ହୁଏ, ଆଗାମୀ ମ୍ୟାଚରେ ଆଫଗାନିସ୍ତାନର ବିଜୟ ହାଲସ କରିବା ଆବଶ୍ୟକ ରହିଛି  । ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ । ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୩୭ତମ ମ୍ୟାଚରେ ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍‌ ହରାଇ ୮୯ ରନ୍ କରି ମ୍ୟାଚକୁ ହାତେଇଛି ।

Leave a Reply