ଥମୁନି କାବେରୀ ତାତି, ଆଜି କର୍ଣ୍ଣାଟକ ବନ୍ଦ

1 min read

ବାଙ୍ଗାଲୋର: ଥମୁନି କାବେରୀ ତାତି । ତାମିଲନାଡୁକୁ କାବେରୀ ଜଳ ଛାଡିବାକୁ ବିରୋଧ କରି ଶୁକ୍ରବାର ପାଳନ ହେବ କର୍ଣ୍ଣାଟକ ବନ୍ଦ । ବନ୍ଦ ଡାକରା ଦେଇଛନ୍ତି ୨ ହଜାରରୁ ଅଧିକ କନ୍ନଡ ସଂଗଠନ । ଫଳରେ ରାଜ୍ୟରେ ବନ୍ଦ ସମ୍ପୂର୍ଣ୍ଣ ସଫଳ ହେବା ଆଶା କରାଯାଉଛି । ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା ନ କରିବାକୁ ଧମକ ଦେଇଛି ବିଭିନ୍ନ ସଂଗଠନକୁ ନେଇ ଗଠିତ କନ୍ନଡ ଓକ୍କୁତା । ବନ୍ଦ ଯୋଗୁ ସମସ୍ତ ରାଜପଥ, ଟୋଲଗେଟ, ରେଳ ଓ ବିମାନ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଛି । ବନ୍ଦ ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ବନ୍ଦକୁ ସମ୍ପୂର୍ଣ୍ଣ ସଫଳ ଲାଗି ଆହ୍ବାନ ଦେଇଛନ୍ତି କନ୍ନଡ ଓକ୍କୁତା ନେତା ବାତାଲ ନାଗରାଜ ।

କର୍ଣ୍ଣାଟକ ମାଣ୍ଡ୍ୟାରେ ବି ଗୁରୁବାର ବିଭିନ୍ନ ଚାଷୀ ସଂଗଠନ କରିଛନ୍ତି ବିକ୍ଷୋଭ । ତାମିଲନାଡୁ ବିରୋଧରେ କରିଛନ୍ତି ନାରାବାଜି । ଗତ ୨୬ ତାରିଖରେ କାବେରୀ ନଦୀ ଜଳ ପ୍ରସଙ୍ଗରେ ୧୭୫ଟି ସଂଗଠନ ପକ୍ଷରୁ ପାଳିତ ହୋଇଥିଲା ବେଙ୍ଗାଳୁରୁ ବନ୍ଦ । ଗତ ୨୪ ତାରିଖରେ କାବେରୀ ନଦୀରେ ଚାଷୀମାନେ ଠିଆ ହୋଇ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିବାବେଳେ ୨୫ ତାରିଖରେ ଖପୁରୀ ଓ ଖାଲି ହାଣ୍ଡି ଧରି ବିକ୍ଷୋଭ କରିଥିଲେ ଚାଷୀ । ତାମିଲନାଡୁକୁ ଅଧିକ ପାଣି ନଛାଡିବା ଦାବିରେ କର୍ଣ୍ଣାଟକ ମାଣ୍ଡ୍ୟାରେ ବି ବିଭିନ୍ନ ସଂଗଠନ କରିଥିଲେ ଆନ୍ଦୋଳନ । ତାମିଲନାଡୁକୁ ୫ ହଜାର କ୍ୟୁସେକ କାବେରୀ ଜଳ ଛାଡିବା ଲାଗି କାବେରୀ ନଦୀ ପରିଚାଳନା କର୍ତ୍ତୃପକ୍ଷ-CWMA ନିର୍ଦ୍ଦେଶ ଦେବା ପରେ ତାହାକୁ ବିରୋଧ କରିଛନ୍ତି କର୍ଣ୍ଣାଟକର ବିଭିନ୍ନ ସଂଗ