ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଜନ୍ନତରେ ମିଳିବେ ବଲିଉଡ୍ ହିରୋଇନ୍, ଏମିତି କହିଲା ପାକିସ୍ତାନୀ ତାଲିବାନ

1 min read

ଇସଲାମାବାଦ: ମାଦ୍ରାସାରେ ପାଠପଢ଼ୁଥିବା ଯୁବକମାନଙ୍କୁ ତହରୀକ-ଏ-ତାଲିବାନ ପାକିସ୍ତାନ (TTP) କହିଛି ଯେ, ଯେତେବେଳେ ତମେ ମାନେ ଫିଦାୟୀନ ହମଲା ( Suicide Attack) ରେ ଶହିଦ ହେବ, ସେତେବେଳେ ତୁମକୁ ଜନ୍ନତରେ କେବଳ ମଦର ନଦୀ ନୁହେଁ ବରଂ ବଲିଉଡର ହିରୋଇନ ମାନେ ସେଠାରେ ସ୍ୱାଗତ କରିବେ ।

ଫିଦାୟୀନ ଆକ୍ରମଣକାରୀ ଖୋଲିଲେ ଏହି ରହସ୍ୟ

ଫିଦାୟୀନ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଉଥିବା ତହରୀକ- ଏ- ତାଲିବାନ ପାକିସ୍ତାନର ଆତଙ୍କବାଦୀଙ୍କୁ, ପାକିସ୍ତାନ ସେନା ପଚରାଉଚରାବେଳେ ଏହା ଜାଣିବାକୁ ମିଳିଲା ଯେ, ସେମାନେ ଜନ୍ନତରେ ବଲିଉଡ ହିରୋଇନ ମାନଙ୍କୁ ଭେଟିବା ପାଇଁ ଚାହୁଛନ୍ତି । ଟିଟିପି ଏହି ଆତଙ୍କବାଦୀମାନଙ୍କ ବ୍ରେନୱାସ କରିଥିବା ସେନା ଜାଣିବାକୁ ପାଇଥିଲା ।

ବଲିଉଡ ହିରୋଇନମାନେ ଜନ୍ନତରେ ଅପେକ୍ଷା କରିଛନ୍ତି- ଟିଟିପି

ସେନା ଅଧିକାରୀମାନେ କହିଛନ୍ତି ଯେ, ଫିଦାୟୀନ ଆତଙ୍କବାଦୀଙ୍କ ରୁମ୍ କାନ୍ଥରେ ରାନୀ ମୁଖାର୍ଜୀ ଏବଂ କାଜୋଲଙ୍କ ସମେତ ଅନ୍ୟ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଲାଗିଥିବା ଦେଖିଛନ୍ତି । ଯୁବ ଆତ୍ମଘାତୀ ବିସ୍ଫୋରଣକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ବଲିଉଡ ଅଭିନେତ୍ରୀମାନେ ସେମାନଙ୍କୁ ସ୍ୱର୍ଗରେ ଅପେକ୍ଷା କରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଟିଟିପିକୁ ନେଇ ଭୟରେ ପାକିସ୍ତାନୀ ସେନା

ଉଲ୍ଲେଖନୀୟ କଥା ହେଉଛି, ଆଫଗାନିସ୍ତାନରେ ତାଲିବାନର ଖୁସି ମଧ୍ୟରେ ପାକିସ୍ତାନୀ ସେନା ଅଧିକାରୀମାନେ ଖୁବ ଚିନ୍ତିତ ଅଛନ୍ତି । ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀମାନେ ଏପର୍ଯ୍ୟନ୍ତ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଅନେକ ଥର ଆକ୍ରମଣ କରିଛନ୍ତି । ଯେଉଁଥିରେ ୩୦ ରୁ ଅଧିକ ପାକିସ୍ତାନୀ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି ।

ପାକିସ୍ତାନୀ ସେନାର ଚିନ୍ତା ହେଉଛି ଯେ ତାଲିବାନୀମାନେ ଆଫଗାନିସ୍ତାନ ଦଖଲ କରିବା ପରେ ତହରିକ-ଏ-ତାଲିବାନ ପାକିସ୍ଥାନ (ଟିଟିପି) ପାକିସ୍ତାନରେ ଶକ୍ତିଶାଳୀ ହୋଇପାରେ । ଏହା ହୁଏତ CPEC ପ୍ରକଳ୍ପ ଏବଂ ପାକିସ୍ତାନରେ ଥିବା ଚୀନ୍ ନାଗରିକଙ୍କ ଉପରେ ଆକ୍ରମଣ ଆଶଙ୍କା ବଢ଼ାଇପାରେ ।

Leave a Reply