ପାକିସ୍ତାନ ନିର୍ବାଚନ: ଜେଲରେ ଥାଇ ବି ଇମ୍ରାନଙ୍କ କମାଲ, ଦୁଇଟି ସିଟରେ ହାରୁଛନ୍ତି ନଓ୍ବାଜ

1 min read

ଲାହୋର: ଗୁରୁବାର ପାକିସ୍ତାନରେ ନିର୍ବାଚନ ସରିଥିବା ବେଳେ ଭୋଟ ଗଣତି ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ପାକିସ୍ତାନ ରାଜନୀତିରେ ପୁଣି ଟ୍ବିଷ୍ଟ ଦେଖିବାକୁ ମିଳିପାରେ । ବର୍ତ୍ତମାନ ସୁଦ୍ଧ ମିଳିଥିବା ସୂଚନା ଅନୁସାରେ ଜେଲରେ ଥିଲେ ବି ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା କ୍ରିକେଟର ଇମ୍ରାନଙ୍କ ଜଲଓ୍ବା ପୂର୍ବ ପରି ରହିଛି । ସପେଟ ସେନାର ସମର୍ଥନ ଥାଇ ବି ନଓ୍ବାଜ ସରିଫ ଏବଂ ବିଲାଓ୍ବର ଭୁଟ୍ଟୋଙ୍କ ଦଳ ପାଇଁ ଖବର ଉତ୍ସାହଜନକ ନାହିଁ । ଏପରିକି ଦୁଇଟି ଆସନରେ ମୈଦାନକୁ ଓହ୍ଲାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ହାରୁଥିବା ସୂଚନା ମିଳିଛି ।

ଭୋଟ ଗଣତି ଚାଲିଥିବା ବେଳେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ୧୫୪ ଆସନରେ ଆଗୁଆ ଥିବା ଦଳ ପକ୍ଷରୁ କୁହାଯାଇଛି । ନଓ୍ବାଜ ସରିଫ ଦୁଇଟି ଆସନ ମନସେହରା ଓ ଲାହୋରରୁ ହାରୁଥିବା ପିଟିଆଇ ପକ୍ଷରୁ ଦାବି କରାଯାଇଛି । ଏହାସହ ଭୋଟିଂରେ ଅନିୟମିତତା ଓ ଜାଣିଶୁଣି ପରିଣାମ ଘୋଷଣା କରିବାରେ ବିଳମ୍ବ କରାଯାଉଥିବା ପିଟିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ।

ଗତକାଲି ଭୋଟ ଗ୍ରହଣ ସରିବା ପରେ ପରେ ଗଣତି ଆରମ୍ଭ ହୋଇଯାଇଥିଲା । ଏକ ଘଣ୍ଟାର ପ୍ରତିବନ୍ଧ ସରିବା ପରେ ବ୍ୟକ୍ତିଗତ ମତଦାନ କେନ୍ଦ୍ରରୁ ଫଳାଫଳ ଆସିଆ ଆରମ୍ଭ ହୋଇ ଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ପିଟିଆଇ ସମର୍ଥିତ ୩ ଜଣ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି । ଖେବର ପଖତୁନଖଓ୍ବା ପ୍ରାନ୍ତ ବିଧାନସଭାର ପିକେ-୭୬ ଆସନରେ ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ସମିଉଲ୍ଲାହ ଖାନ୍ ୧୮ ହଜାରରୁ ଅଧିକ ଭେଶଯରେ ବିଜୟୀ ହୋଇଛନ୍ତି । ସେହିପରି ସ୍ବାଧୀନ ପ୍ରାର୍ଥୀ ଫଜଲ ହକିମ ଖାନ୍ ପିକେ-୬ରୁ ୨୫ ହଜାର ୩୩୦ ଖଣ୍ଟ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ସ୍ବାତର ପିକେ-୪ ଆସନରୁ ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଅଲ୍ଲୀ ଶାହ ୩୦ ହଜାର ଦୁଇ୍ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । କେବଳ ପିଟିଆଇ ସମର୍ଥୀତ ପ୍ରାର୍ଥୀ ବିଜୟ ହେଉଛନିୀ ତାହା ନୁହେଁ । ଇମ୍ରାନଙ୍କ ଦଳ ପିଟିଆଇ ବର୍ତ୍ତମାନ ସଚଦ୍ଧା ୩ଟଇରୁ ଦୁଇଟି ଆସନରେ ବିଜୟୀ ହୋଇଛି ।

ପିଟିଆଇ ପକ୍ଷରୁ ଦାବି କରାଯାଇଛି ନଓ୍ବାଜ ସରିଫ ଉଭୟ ମନସେହରା ଓ ଲାହୋର ଆସନରୁ ହାରୁଛନ୍ତି ।