ବିଜେପି ମନ୍ତ୍ରୀଙ୍କ ଅସମ୍ବେଦନଶୀଳ ବକ୍ତବ୍ୟ, ତମ କଥା ଜାଣିନି କିନ୍ତୁ ମନ୍ତ୍ରୀମାନଙ୍କୁ ବଞ୍ଚିବାକୁ ପଡ଼ିବ

ବେଙ୍ଗାଲୁରୁ: କୋଭିଡରେ ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଉଥିବା ବେଳେ କର୍ଣ୍ଣାଟକର କ୍ଷମତାସୀନ ବିଜେପିର ଜଣେ ମନ୍ତ୍ରୀଙ୍କ ଅମାନବୀୟ ବୟାନ ପୁରା ଦେଶକୁ ଲଜ୍ଜିତ କରିଛି । ମନ୍ତ୍ରୀ ଉମେଶ କଟ୍ଟିଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ କୌଣସି ମାନେ ରଖେନା । ଏହା ତାଙ୍କ ବକ୍ତବ୍ୟରୁ ଜଣା ପଡୁଛି । ଗୋଟିଏ ସରକାରୀ ବୈଠକରେ ଯୋଗ ଦେଇ ମନ୍ତ୍ରୀ କଟ୍ଟି କହିଛନ୍ତି ଯେ, ତମ ମାନଙ୍କ କଥା ଜାଣିନି କିନ୍ତୁ କୋଭିଡ୍ କାଳରେ ମନ୍ତ୍ରୀମାନଙ୍କୁ ବଂଚିବାକୁ ପଡିବ । କଟ୍ଟିଙ୍କ ଏହି ବୟାନକୁ ନେଇ କର୍ଣ୍ଣାଟକ ସହିତ ସମ୍ପୂର୍ଣ୍ଣ ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ବାଗଲପେଟ୍ ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ସହିତ ବୈଠକ କାଳରେ ମନ୍ତ୍ରୀ କଟ୍ଟି ଏଭଳି କହୁଥିବା ରେକର୍ଡ୍ ହୋଇଛି । ବୈଠକରେ ମନ୍ତ୍ରୀ ଅଧିକାରୀମାନଙ୍କୁ ଦେଖାଇ କହୁଛନ୍ତି ଯେ, ‘ ଆମ ସମସ୍ତଙ୍କୁ ବଂଚିବାକୁ ପଡିବ,ତେବେ ତୁମ ମାନଙ୍କ କାଥ ଜାଣିନାହିଁ କିନ୍ତୁ ମନ୍ତ୍ରୀମାନଙ୍କୁ ବଂଚିବାକୁ ପଡିବ’’ । ମନ୍ତ୍ରୀ ପରିହାସ ଛଳରେ ଏଭଳି କହୁଥିବା କୁହାଯାଉଛି । ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ତାଙ୍କ ପାଖରେ ବସିଥିବା ବ୍ୟକ୍ତି ହସୁଥିବାର କ୍ୟାମେରାରେ ରେକର୍ଡ୍ ହୋଇଛି । ତେବେ ପରିହାସ ଛଳରେ କହିଲେ ମଧ୍ୟ ସାମ୍ବିଧାନିକ ଶପଥ ନେଇଥିବା ଜଣେ ବ୍ୟକ୍ତି କରୋନା ଭଳି ମହାମାରୀ କାଳରେ ଏଭଳି ବୟାନ ଦେବା କେତେଦୁର ଠିକ୍ ତାକୁ ନେଇ ପ୍ରଶ୍ନ ଉଠୁଛି । ମନ୍ତ୍ରୀଙ୍କ ବକ୍ତବ୍ୟ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେବା ପରେ ତାଙ୍କ କ୍ଷମା ପ୍ରାର୍ଥନା ଦାବି ହେଉଛି ।

ମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ତାଙ୍କ ସମ୍ବେଦନହୀନତାର ପରିଚୟ ଦେଉଛି ବୋଲି ସମାଲୋଚକ କହୁଛନ୍ତି । ଦେଶର ବାକି ରାଜ୍ୟଙ୍କ ଭଳି କର୍ଣ୍ଣାଟକରେ ମଧ୍ୟ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆତଙ୍କ ସୃଷ୍ଟି କରିଛି । ରୋଗୀଙ୍କୁ ବେଡ୍ ମିଳୁନଥିବା ବେଳେ ଅକ୍ସିଜେନ୍ ଅଭାବରୁ ରୋଗୀ ନାହିଁନଥିବା ହଇରାଣ ହରକତ ହେଉଛନ୍ତି ।

Leave a Reply