ସରକାରଙ୍କ ବଡ଼ ଘୋଷଣା, ସମସ୍ତ ସହରାଞ୍ଚଳରେ ଶନି, ରବି ସଟଡାଉନ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ସଟଡାଉନ । ଦ୍ୱିତୀୟ ପର୍ଯ୍ୟାୟ କରୋନା କେସକୁ ପରିଲିଖିତ କରି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା ।  ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି ଏସଆରସି  । ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି । ଯଦ୍ବାରା ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ରୋକ ଲାଗିବ ।
ମାଲ ପରିବହନ ଓ ମଣ୍ଡି ଖୋଲା ରହିବ । ଜାତୀୟ ରାଜପଥ ପାର୍ଶ୍ବ ଢାବା ଖୋଲା ରହିବ । ଏହି ଦିନମାନଙ୍କରେ କେବଳ ଖାଦ୍ୟ ପାରସଲ ପାଇଁ ଅନୁମତି ଦେଇଛନ୍ତି ସରକାର ।

ସେହିପରି ଜରୁରୀ ସେବାରେ ଥିବା କର୍ମଚାରୀ ସଟଡାଉନ ଦିନରେ କେବଳ ପାସ ଦେଖାଇ ଯାଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କୁ ମଧ୍ୟ ଯାତାୟତ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଅଙ୍ଗନୱାଡି, ସ୍କୁଲ, କଲେଜ ଆଦି ବନ୍ଦ ରହିବ । ରୋଗୀମାନେ ମଧ୍ୟ ମେଡିକାଲ କାଗଜପତ୍ର ଦେଖାଇ ଆବଶ୍ୟକୀୟ କାର୍ଯ୍ୟ କରିପାରିବେ ।

ରାଜ୍ୟରେ ଗତ ୭ରୁ ୮ ଦିନ ହେବ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେଣୁ ଏହି ବଢୁଥବା କରୋନା ମାମଲାକୁ କମାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି କଟକଣା ଅର୍ଥାତ ସଟଡାଉନ ଆସନ୍ତା ୨୧ ତାରିଖରୁ ଆରମ୍ବ କରାଯିବ । ମେ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହି କଟକଣା ବଳବତ୍ତର ରଖିବେ ବୋଲି କହିଛନ୍ତି ଏସଆରସି ।

ନୂଆ କଟକଣା ଅନୁଯାୟୀ ଏଣିକି ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଅନ୍ତ୍ୟେଷ୍ଟିରେ ୨୦ ଜଣଙ୍କୁ ଅନୁମତି ରହିଛି । ତେବେ ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା ମାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସେହିପରି ହାଟବଜାର ଓ ସପିଂ ମଲ ଉପରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି । ମଲ ଭିତରେ ଥିବା ଫୁଡକୋର୍ଟ ବା କୌଣସି ହୋଟେଲରେ ବସି ଖାଇବାକୁ ଅନୁମତି ଦିଆଯିବ ନାହିଁ ।

କଟକଣାରେ କେବଳ ପାର୍ସଲ ପାଇଁ ଅନୁମତି ରହିଛି । ସେହିପରି ରାସ୍ତାକଡ଼ ଉଠା ଦୋକାନୀ ବା ଠେଲାରୁ ପାର୍ସଲ ନୋଇପାରିବେ ଲୋକେ । ସେହିପରି ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଢାବା ଗୁଡ଼ିକ ମଧ୍ୟ କେବଳ ପାର୍ସଲ ଦେଇପାରିବେ । ଅନ୍ୟପଟେ ଫିଲ୍ମ ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି କଟକଣାରେ ନିର୍ଦେଶ ରଖିଛନ୍ତି ରାଜ୍ୟ ସରକାର ।

Leave a Reply