ବିଶ୍ୱରେ ବିରଳ, ଏକାଥରେ ୯ ସନ୍ତାନଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା

ମୋରକ୍କୋ: ବିଶ୍ୱରେ ଏମିତି ଅନେକ ଜିନିଷ ଘଟେ ଯାହା ଅଧିକାଂଶ ସମୟରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥାଏ । ମାଆ ଶବ୍ଦ ହିଁ ନିଆରା । ମାଆ ଶବ୍ଦରୁ ଦିନ ଆରମ୍ଭ ହୋଇଥାଏ । ମାଆ ତା ଶିଶୁ କୁ ୯ ମାସ ଗର୍ଭରେ ରଖି ଜନ୍ମ ଦେଇଥାଏ । ସୃଷ୍ଟି କେତେବେଳେ ଯେ କଣ କରେ ତାହା କେହି କହିପାରିବେ ନାହିଁ । ତେବେ ଆଜି ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଚମ୍ୱିତ କରିଦେଇଛି । ଜଣେ ମହିଳା ସାଧାରଣତଃ ଏକା ସାଙ୍ଗେ ୨ କିମ୍ବା ୩ ସନ୍ତାନଙ୍କୁ ଜନ୍ମ ଦେଇଥାଏ । କିନ୍ତୁ ୯ ସନ୍ତାନଙ୍କୁ ଜନ୍ମ ଦେବା ବିରଳ ଘଟଣା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମାଲିର ଜଣେ ମହିଳା ମରୋକ୍କୋରେ ମଙ୍ଗଳବାର ଦିନ ୯ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।ସମସ୍ତ ନବଜାତକ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ,ମାଲି ସରକାର ୨୫ ବର୍ଷୀୟ ମହିଳା ହଲିମା ସିଜେଙ୍କୁ ଦେଖାରଖା ପାଇଁ ମାର୍ଚ୍ଚ ୩୦ ରେ ମରୋକ୍କୋ ପଠାଇଦେଇଥିଲେ । ପ୍ରଥମେ ତାଙ୍କ ଗର୍ଭରେ ୭ଜଣ ଶିଶୁ ଥିବା ଜଣା ପଡିଥିଲା । ଏକା ସଙ୍ଗେ ୭ ଶିଶୁଙ୍କୁ ଜନ୍ମ ଦେବା ସାଧାରଣ କଥା ନୁହେଁ । ସେହିପରି ୯ ଶିଶୁଙ୍କୁ ଜନ୍ମ ଦେବା ଆହୁରି ବିରଳ ।

ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରବକ୍ତା ରଚିଦ ଚୌଧୁରୀ କହିଛନ୍ତି ଯେ, ଦେଶରେ କେହି ମହିଳା ୯ ଶିଶୁଙ୍କୁ ଜନ୍ମ ଦେଇଥିବା ତଥ୍ୟ ତାଙ୍କ ପାଖରେ ନାହିଁ । କିନ୍ତୁ ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ,ମହିଳାଙ୍କ ସିଜେରିଆନ କରାଯାଇଥିଲା । ଯେଉଁଥିରେ ସେ ୬ କନ୍ୟା ଓ ୩ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏବେ ସୁଦ୍ଧା ମାଆ ଓ ଶିଶୁ ସୁସ୍ଥ ଅଛନ୍ତି । ମାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଫାନ୍ତା ସିବେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଅନେକ ସମୟରେ ଏପରି ବିରଳ ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ବ୍ରିଟେନର ଜଣେ ମହିଳା ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଥିଲେ।  ଯାହା ଆକାରଠୁ ଖୁବ ବଡ଼ ଥିଲା । ପ୍ରସବ ସମୟରେ ଡାକ୍ତରମାନେ ବି ଶିଶୁକୁ ଦେଖି ଚକିତ ହୋଇ ଯାଇଥିଲେ ।

Leave a Reply