ରାତିରେ କାହିଁକି ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର?

ନୂଆଦିଲ୍ଲୀ:  କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ୍ରହସ୍ୟମୟୀ । ଏମାନଙ୍କୁ ମୃତ୍ୟୁର ଆଭାସ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି । ଏମାନଙ୍କ ବ୍ୟତୀତ ବାହାର ଦୁନିଆର କୌଣସି ବ୍ୟକ୍ତି ନିକଟରେ ସାମାନ୍ୟ ମଧ୍ୟ ଖବର ନଥାଏ । ମୃତ୍ୟୁ ପରେ ସେମାନଙ୍କୁ ଜୋତା ଓ ଚପଲରେ ପିଟିବା ଏବଂ ଗାଳି ଦେବା ପରମ୍ପରା ରହିଛି । କେବଳ ଏତିକି ନୁହେଁ ବରଂ ଏମିତି ଅନେକ କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ ।

ବିବାହ ଠାରୁ ଆରମ୍ଭ କରି ଜନ୍ମ ପର୍ଯ୍ୟନ୍ତ ଘରର ଏକାଧିକ ଶୁଭ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇ ବକ୍ସିସ୍ନେଇ ପୁଣି ଚାଲିଯାନ୍ତି ସେମାନଙ୍କ ଦୁନିଆକୁ। ଟ୍ରାଫିକ ସିଗନାଲରେ ଅଟକିଥିବା ଗାଡ଼ିର କାଚକୁ ଠକ୍ଠକ୍କରୁଥିବାର ଆପଣ ଅନେକ ଥର ଦେଖିଥିବେ । ପ୍ରଚଳିତ ସେକ୍ସୁଆଲ ଓରିଏଣ୍ଟେସନ୍ରୁ ଭିନ୍ନ ସେକ୍ସ ପ୍ରେଫରେନ୍ସ ରଖୁଥିବା କିନ୍ନରଙ୍କ ଦୁନିଆ ସମ୍ପୂର୍ଣ୍ଣ ଅଲଗା । ଯେଉଁଠାକୁ ସାଧାରଣ ଲୋକଙ୍କୁ ଯିବା ନିଷେଧ । ଏମିତିକି ଏମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ମଧ୍ୟ ଲୋକ ଖୁବ୍କମ୍ଜାଣିଥାନ୍ତି । କିନ୍ତୁ କିଭଳି ହୁଏ ଏମାନଙ୍କ ଅନ୍ତିମ ସଂସ୍କାର ଏବଂ କ’ଣ ସବୁ ପରମ୍ପରା ରହିଛି ଏମାନଙ୍କ ମୃତ୍ୟୁକୁ ନେଇ ନଜର ପକାନ୍ତୁ ।

 

ଯଦିଓ ସମସ୍ତଙ୍କ ନିକଟରେ ନୁହେଁ ତଥାପି, କୁହାଯାଏ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ । ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଥାଏ କେବଳ ଗୋଟିଏ ବାକ୍ୟ… ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ । ଆଖପାଖ ଏବଂ ଦୂର ଦୂରାନ୍ତରେ ରହୁଥିବା କିନ୍ନର ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ୍ପ୍ରଭାବୀ ବୋଲି କୁହାଯାଏ । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ । ଏମାନଙ୍କ ଶବକୁ କବର ଦିଆଯାଏ ।

ଶବ ଶୋଭାଯାତ୍ରା ସମୟରେ ଚାରି କାନ୍ଧରେ ନେବା ପରମ୍ପରା ଏମାନଙ୍କ ନିକଟରେ ଦେଖିବାକୁ ମିଳେନାହିଁ । ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କୁହାଯାଏ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖି ନିଅନ୍ତି ତେବେ ମୃତ କିନ୍ନର ପୁନର୍ବାର କିନ୍ନର ହୋଇ ଜନ୍ମ ହୁଅନ୍ତି ।

କିନ୍ନର ନିଜକୁ ଖୁବ୍ଅଭିଶପ୍ତ ମାନନ୍ତି । ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ । ଖାଲି ସେତିକି ନୁହେଁ ଯଦି ତାଙ୍କ ସମ୍ପ୍ରଦାୟର ଜଣେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହେଉଛି ତେବେ ଆଖପାଖର ସମସ୍ତ ବୟସ୍କ କିନ୍ନର ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି ।

 

କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ । ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ।

Leave a Reply