ଆଖି ବୁଜିଲେ ରାହୁଲ ଭରା, ମୃତ୍ୟୁ ପୂର୍ବରୁ ଲେଖିଥିଲେ- ‘ଭଲ ଚିକିତ୍ସା ମିଳିଲେ ବଞ୍ଚି ଯିବି’

YouTuber Rahul Vohra dies of Covid-19

ନୂଆଦିଲ୍ଲୀ: ମୋତେ ଭଲ ଚିକିତ୍ସା ମିଳିଲେ, ମୁଁ ବଞ୍ଚିଯିବି । ମୃତ୍ୟୁର ଦିନକ ପୂର୍ବରୁ ଫେସବୁକରେ କୋହଭରା ପୋଷ୍ଟ । ଏମିତି ପୋଷ୍ଟ କରିଥିଲେ ଜଣାଶୁଣା ୟୁଟ୍ୟୁବର ରାହୁଲ୍ ଭରା । ଡିଜିଟାଲ୍ ଭିଡିଓ ମାଧ୍ୟମରେ ଲୋକଙ୍କୁ ମନୋରଞ୍ଜନ ଯୋଗାଉଥିବା ରାହୁଲ ଭରା ଆଉ ନାହାନ୍ତି । କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ରାହୁଲ୍ ଭରାଙ୍କ ରବିବାର ମୃତ୍ୟୁ ହୋଇଛି । ମେ’ ୪ ତାରିଖରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଲଗାତାର ତାଙ୍କର ଅକ୍ସିଜେନ ସ୍ତର କମୁଥିବାରୁ ଅକ୍ସିଜେନ୍ ବେଡ୍ ଆବଶ୍ୟକ ବୋଲି ଫେସବୁକରେ ଲେଖିଥିଲେ ସେ ।

YouTuber Rahul Vohra dies of Covid-19

ଆଉ ମେ’ ୮ରେ ହସ୍ପିଟାଲ୍ ବେଡରୁ ଶେଷ ପୋଷ୍ଟ । ଯେମିତି ସେ ମୃତ୍ୟୁକୁ ଅତି ପାଖରୁ ଦେଖି ସାରିଥିଲେ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲର ଏଚଡିୟୁ ବେଡରେ ଚିକିତ୍ସାଧୀନ ଥାଇ ଲେଖିଥିଲେ ମୋତେ ଭଲ ଚିକିତ୍ସା ମିଳିଲେ ମୁଁ ବଞ୍ଚିଯିବି । ଆଉ ଶେଷରେ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି ରାହୁଲ୍ ଭରା । ତାଙ୍କ ହସ ହସ ମୁହଁ ନିରବି ଯାଇଛି ମୃତ୍ୟୁ ସହ । ଫେସବୁକର ଶେଷ ପୋଷ୍ଟ ପଚାରୁଛି ପ୍ରଶ୍ନ ? ସତରେ କଣ ଆମ ଚିକିତ୍ସା ବ୍ୟବସ୍ଥା ଏତେ ଅସହାୟ ?

YouTuber Rahul Vohra dies of Covid-19

ଶନିବାର ଉତ୍ତମ ଚିକିତ୍ସା ପାଇଁ ରାହୁଲ୍ ଫେସବୁକରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଟ୍ୟାଗ୍ କରିଥିଲେ । ହେଲେ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି ରାହୁଲଙ୍କ ସ୍ୱର । ଶେଷରେ ଅନ୍ୟକୁ ଜୀବନ ପଥରେ ପ୍ରେରଣା ଦେଉଥିବା ମଣିଷଟା ଆଜି ଜୀବନ ଯୁଦ୍ଧରେ ହାରି ଯାଇଛି ।

Leave a Reply