ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପୂର୍ବରୂ ଚୀନ ମାରୁଛି ତେଲ, କହିଲା ସହଯୋଗ ପାଇଁ ଆମେ ଦୃଢ଼, ଏକଜୁଟ ଏବଂ ପ୍ରତିବଦ୍ଧ

1 min read

Chinese President Xi Jinping addresses students of MGIMO (Moscow State University for Foreign Relations) in Moscow, Russia, Saturday, March 23, 2013. (AP Photo/Misha Japaridze)

ନୂଆଦିଲ୍ଲୀ: ଭାରତ ଏବଂ ଚୀନକୁ ନେଇ LACରେ ଲାଗି ରହିଛି ବିବାଦ। ବିବାଦ ଏମିତି ଲାଗିରହିଛି ଯେ କେଉଁ ମୁହୂର୍ତ୍ତରେ କଣ ହେବ ତାହା କହିବା ଅସମ୍ଭବ। ଭାରତର ଶକ୍ତି ବଢ଼ିବା କାରଣରୁ ପଛକୁ ହଟିଛି ଚୀନ। ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍‌ ସଂଘର୍ଷ ବେଳେ ୫ ପିଏଲଏ ଯବାନଙ୍କ ଜୀବନ ଯାଇଥିଲା ବୋଲି ଚୀନ୍‌ ସରକାରୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି। ଆଉ ଏଇଭିତରେ ଭାରତ ଆସିପାରନ୍ତି ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ।

ଆସନ୍ତା କିଛି ମାସ ମଧ୍ୟରେ କରୋନା ସ୍ଥିତି ଯଦି ଅଧିକରୁ ଅଧିକ ସୁଧାରିବାରେ ଲାଗେ ତେବେ ସି ଜିନପିଙ୍ଗ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିପାରନ୍ତି। ଏକ ଖବର କାଗଜର ରିପୋର୍ଟ ଅନୁଯାୟୀ ଏଭଳି ସୂଚନା ଦିଆଯାଇଛି। ଯଦି ଦେଖିବା ଚଳିତ ବର୍ଷ ଭାରତ ତରଫରୁ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚୀନ୍ ମଧ୍ୟ ସମର୍ଥନ କରିଛି। ଚୀନର ଏଭଳି ସମର୍ଥନ ପାଇଁ ପୁରା ଦେଶ ଆଶ୍ଚର୍ଯ୍ୟ ଚକିତ ହୋଇଛି। କରୋନା ଉପରେ ପୁରା ବିଶ୍ୱ ଚୀନ ଉପରେ ଦୋଶ ଲଦୁଥିବା ବେଳେ ସେହି ଦୋଶକୁ ଲୋକଙ୍କ ମନର ମୋଡ଼ ପରିବର୍ତ୍ତନ ପାଇଁ ଚୀନ ଏଭଳି ସମର୍ଥନ କରିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଚୀନ୍ କହିଛି ବ୍ରିକ୍ସ ଦେଶ ଗୁଡ଼ିକରେ ତାର ଅର୍ଥନୀତିକୁ ସୃଦୃଢ଼ କରିବା ପାଇଁ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବ। ଚୀନର ଏଭଳି ଚମକାଇଲାଭଳି ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ ଗତ କିଛି ମାସ ମଧ୍ୟରେ ସୀମାରେ ଚୀନର ଅବରୋଧ କାରଣରୁ ଭାରତ-ଚୀନ୍ ସମ୍ପର୍କ ଖରାପ ହୋଇଛି।

ଚଳିତ ବର୍ଷ ବ୍ରାଜିଲ, ଋଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ସମ୍ମିଳନୀ ଭାରତ ଅଧ୍ୟକ୍ଷତା କରିବ। ତେବେ ବ୍ରିକ୍ସର ବାର୍ଷିକ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି। ଫେବୃଆରୀ ୧୯ ରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଥିବା ବ୍ରିକ୍ସ ସଚିବାଳୟରେ ଭାରତର ବ୍ରିକ୍ସ -୨୦୨୧ ୱେବସାଇଟ୍ ଆରମ୍ଭ କରିଥିଲେ।

ଚଳିତ ବର୍ଷ ବ୍ରିକ୍ସ ଅଧ୍ୟକ୍ଷତାକୁ ଭାରତ ପକ୍ଷରୁ ପରିଚାଳନା ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ଏକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ବେଜିଂ ନୂଆଦିଲ୍ଲୀରେ ଆୟୋଜିତ ଏହି ସମ୍ମିଳନୀକୁ ସମର୍ଥନ କରିବ। ୱାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ସୁଦୃଢ଼ ଅର୍ଥନୀତି ଏବଂ ବିକାଶଶୀଳ ଦେଶର ବିଶ୍ୱରେ ପ୍ରଭାବ ସହିତ ବ୍ରିକ୍ସ ହେଉଛି ସହଯୋଗର ଏକ ମାଧ୍ୟମ। ବ୍ରିକ୍ସ ବର୍ତ୍ତମାନ ଆନ୍ତର୍ଜାତୀୟ କାର୍ଯ୍ୟରେ ଏକ ସକରାତ୍ମକ ସ୍ଥିର ଏବଂ ସୃଜନଶୀଳ ଶକ୍ତି ଭାବରେ ଉଭା ହୋଇଛି।

ଏହା ବ୍ୟତୀତ ସେ କହିଛନ୍ତି ଯେ ସହଯୋଗ ପାଇଁ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଆମେ ଦୃଢ଼, ଏକଜୁଟ ଏବଂ ପ୍ରତିବଦ୍ଧ ରହିଛୁ। ଚଳିତ ବର୍ଷ ଏହି ସମ୍ମିଳନୀ ଆୟୋଜନ କରିବା ତଥା ଅନ୍ୟ ସଦସ୍ୟଙ୍କ ସହ ସମ୍ପର୍କକୁ ମଜବୁତ କରିବା, ସହଯୋଗର ତିନୋଟି ସ୍ତମ୍ଭକୁ ମଜବୁତ କରିବା ସହ ବ୍ରିକ୍ସ ଅଧୀନରେ ଅଧିକ ଅଗ୍ରଗତି କରିବା ଏବଂ ବ୍ରିକ୍ସ ପ୍ଲସ୍ ସହଯୋଗ ବୃଦ୍ଧି କରିବା ପାଇଁ ଭାରତକୁ ସମର୍ଥନ କରିବୁ କହିଛି ଚୀନ।

Leave a Reply