‘ଦୁହିତା’ ମଞ୍ଚରେ ସମ୍ବର୍ଦ୍ଧିତ ରାଜ୍ୟର ପ୍ରତିଭାବାନ ମହିଳା

ଭୁବନେଶ୍ବର: ଆନ୍ତ୍ରର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଏବଂ ଦୈନିକ ଖବର କାଗଜ ସକାଳର ମିଳିତ ପ୍ରୟାସରେ ଆୟୋଜିତ ହୋଇଛି ଦୁହିତା କାର୍ଯ୍ୟକ୍ରମ । ଏହି ମଞ୍ଚରେ ରାଜ୍ୟ ତଥା ଦେଶର ଅନେକ ଚର୍ଚ୍ଚିତ ମହିଳାଙ୍କୁ ସମ୍ମାନିତ କରାଯାଇଛି ।

ନିଜର ପ୍ରତିଭା ଏବଂ ପରିଚୟ ବଳରେ ସମାଜରେ ପ୍ରତିଷ୍ଠିତ ଲାଭ କରିଥିବା ଏହି ମହିଳାମାନଙ୍କୁ ଦୁହିତା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସିତାରିଷ୍ଟଙ୍କୁ କାର୍ଯ୍ୟକ୍ରମରେ ପ୍ରଥମେ ସମ୍ବର୍ଦ୍ଧିତ କରିଥିଲେ ଓଡିଶା ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ।

ସେହିପରି ମହିଳା ହକି ଖେଳାଳୀ ଅସ୍ମିତା ବର୍ଲସ, ସାମାଜିକ କର୍ମୀ ଗୀତାଞ୍ଜଳୀ ରାଣା, ଆଶାକର୍ମୀ ସବିତା ରାଣା ଏବଂ ବୁଲେଟ ରାଣୀ ଭାବେ ରାଜ୍ୟରେ ପରିଚିତ ଲାଭ କରିଥିବା ରେଣୁ ଡାକୁଆଙ୍କୁ ମଧ୍ୟ ଦୁହିତା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ।

ଅନ୍ୟପକ୍ଷରେ କାର୍ଯ୍ୟକ୍ରମରେ ଦ୍ବିତୀୟ ଅଧିବେସନରେ ମହିଳା ସାପ ଧରାଳୀ ସିଲ୍କା ସାଲୋନୀ, ପଶୁ ପ୍ରେମୀ ପ୍ରଭାତୀ ମୁଲଜାନୀ, ଓଲିଉଡ ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର, ଓଡିଶୀ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ର ଏବଂ ନିଜର ନିଚ୍ଛକ ସେବାରେ ରାଜ୍ୟରେ ପରିଚିତ ଲାଭ କରିଥିବା ସାମାଜୀକ କର୍ମୀ ମଧସ୍ମିତା ପୃଷ୍ଟି , ଯିଏ ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କରିବା ସହ ସେମାନଙ୍କର ଶେଷକୃତ୍ୟ ସମାପନ୍ନ କରିଛନ୍ତି, ତାଙ୍କୁ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

Leave a Reply