କିଭ୍ ଓ ଖାର୍କିଭ ପରେ ଋଷର ଟାର୍ଗେଟରେ ଚେର୍ନିହାଇବ

Russia Ukraine War Former Female Spy Revealed Putin's Secret

କିଭ୍: ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି ଋଷ । କିଭ୍ ଓ ଖାର୍କିଭ ପରେ ଋଷ ବର୍ତ୍ତମାନ ଚେର୍ନିହାଇବକୁ ଟାର୍ଗେଟ କରିଛି । ୟୁକ୍ରେନ ଗଣମାଧ୍ୟମ ଅନୁଯାୟୀ, ଚେର୍ନିହାଇବରେ ଋଷର ଏୟାର ଷ୍ଟ୍ରାଇକ କରିଛି ଏବଂ ଏଥିରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ୟୁକ୍ରେନ ଦାବି କରିଛି ଯେ ଚେର୍ନିହାଇବର ଆବାସିକ ଅଞ୍ଚଳରେ ଋଷ ଏହି ଆକ୍ରମଣ କରିଛି। ସାଧାରଣ ଜନତାଙ୍କ ଜୀବନ ଯିବା ସହ ଆକ୍ରମଣରେ ଘର, ବ୍ରିଜ୍ ଏବଂ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି।

ଚେର୍ନିହାଇବ ଉପରେ ଋଷର ଏୟାର ଷ୍ଟ୍ରାଇକ୍ ପରେ ସାଟେଲାଇଟର କିଛି ଚିତ୍ର ସାମ୍ନାକୁ ଆସିଛି। ଆଉ ଏହି ଚିତ୍ରରେ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି । ଋଷର ଆକ୍ରମଣରେ ଚେର୍ନିହାଇବର ସଡ଼କ, ବ୍ରିଜ୍ ଏବଂ ଘରଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଆକ୍ରମଣ ସ୍ଥାନରେ ଧୂଆଁ ଭଳି ଦେଖାଯାଉଛି ।

ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ

ଅନ୍ୟପକ୍ଷରେ, ୟୁକ୍ରେନର ଏନର୍ହୋଦରରେ ୟୁରୋପର ବୃହତ୍ତମ ଆଣବିକ କାରଖାନା(ନ୍ୟୁକ୍ଲିୟର ପ୍ଲାଣ୍ଟ) ଉପରେ ହୋଇଥିବା ଆକ୍ରମଣର ଖବର ସାମ୍ନାକୁ ଆସୁଛି । ୟୁକ୍ରେନ ଦାବି କରିଛି ଯେ, ଋଷର ଆକ୍ରମଣରେ ଦକ୍ଷିଣ ୟୁକ୍ରେନର ଏନର୍ହୋଦରରେ ଥିବା ୟୁରୋପର ବୃହତ୍ତମ ଆଣବିକ କାରଖାନାରେ ନିଆଁ ଲାଗିଛି । ସୂଚନା ଅନୁଯାୟୀ, ଜଣେ ଅଧିକାରୀ କହିଛନ୍ତି ଯେ ଜାପୋରିଜିଆ ଆଣବିକ କାରଖାନା ନିକଟରୁ ଧୂଆଁ ବାହାରୁଛି। ଏହି କାରଖାନା ୟୁକ୍ରେନରେ ୨୫ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରିଥାଏ । କାରଖାନାର ମୁଖପାତ୍ର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ନିଆଁକୁ ଆୟତ୍ତ କରିବା ପାଇଁ ଗୁଳି ବନ୍ଦ କରିବା ଅତ୍ୟନ୍ତ ଜରୁରୀ ।

ଯୁଦ୍ଧରେ ୟୁକ୍ରେନର ୨ହଜାର ସାଧାରଣ ନାଗରିକ ନିହତ

ୟୁକ୍ରେନ ଅଧିକାରୀମାନେ ଦାବି କରିଛନ୍ତି ଯେ ଆକ୍ରମଣର ପ୍ରଥମ ଦିନରୁ ଋଷ ୪୮୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଏବଂ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା କେତକ କ୍ଷେପଣାସ୍ତ୍ରକୁ ନିସକ୍ରିୟ କରିଛି । ଜାତିସଂଘ ଦାବି କରିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ୨୨୭ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏବଂ ୫୨୫ଜଣ ଆହତ ହୋଇଛନ୍ତି  । କିନ୍ତୁ ୟୁକ୍ରେନ କହିଛି ଯେ ଋଷର ଆକ୍ରମଣରେ ଏପର୍ଯ୍ୟନ୍ତ ଏହାର ୨ହଜାର ନାଗରିକଙ୍କର ମୃତ୍ୟୁ ହୋଇଛି ।

Leave a Reply