spot_img

Latest Posts

କୋଭାକ୍ସିନର ଟ୍ରାଏଲ୍ ଡୋଜ ପରେ ଯୁବକଙ୍କର ମୃତ୍ୟୁ, ସ୍ତ୍ରୀ କହିଲେ ମୋତେ ନଜଣାଇ ଡାକ୍ତର ତାଙ୍କୁ ଟିକା ଦେଇଥିଲେ

ନୂଆଦିଲ୍ଲୀ: କରୋନା କହରରେ ଏବେ ପୁରା ବିଶ୍ୱ ଘାଣ୍ଟି ଚକଟି ହେଲାଣି। ଅଦୃଶ୍ୟ ରାକ୍ଷସ ୧୦ ମାସ ମଧ୍ୟରେ ଅନେକ ଜୀବନ ନେଇଛି। ପ୍ରତି ଦିନ ଏହି କରୋନା ସହ ଲଢ଼େଇ କରୁଛି ମାନବ ସମାଜ। ଅଦୃଶ୍ୟ ରାକ୍ଷସ ଠାରୁ ବଞ୍ଚିବା ପାଇଁ ଏକ ମାତ୍ର ଅସ୍ତ୍ର ହେଉଛି କରୋନା ଟିକା। ଆଉ ଏହି ଟିକାକୁ ବିଭିନ୍ନ ଦେଶ ତିଆରି କରିବାରେ ଲାଗିପଡ଼ିଛନ୍ତି। ତେବେ କରୋନା ଟିକା ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି। ଭାରତରେ ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ନିର୍ମିତ ସ୍ୱଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ୍ ଲୋକଙ୍କୁ ଆଉ ମାତ୍ର କିଛି ଦିନ ପରେ ଦିଆଯିବ। କିନ୍ତୁ ଟିକାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଆଶା ଥିବା ବେଳେ କିଛି ଘଟଣା ଲୋକଙ୍କୁ ନିରାଶ କରୁଛି। କରୋନା ଟିକା କୋଭାକ୍ସିନର ଟ୍ରାଏଲ ଡୋଜ ନେବା ପରେ ଜଣଙ୍କର ମୃତ୍ୟୁ ହୋଇଛି।

କୋଭାକ୍ସିନ୍‌ର ଟ୍ରାଏଲ୍‌ ଡୋଜ୍‌ ନେବାର ମାତ୍ର ୯ ଦିନ ମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଏବେ ସମସ୍ତଙ୍କୁ ଭୟଭିତ କରାଇଛି। ମୃତକଙ୍କର ନାମ ହେଉଛି ଦୀପକ ମରାବି। ଦୀପକଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ମୃତ୍ୟୁକୁ ନେଇ ପ୍ରଶ୍ନ କରିଛନ୍ତି। ଦୀପକଙ୍କୁ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ନିର୍ମିତ ସ୍ୱଦେଶୀ କରୋନା ଭ୍ୟାକ୍ସିନର ଟ୍ରାୟଲ ଡୋଜ ଦିଆଯାଇଥିଲା। ଯାହା ପରେ ତାଙ୍କର ଏପରି ଅଚାନକ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି। ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ସେ ଘରେ ନଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ଟିକା ଦିଆଯାଇଥିଲା।

କୋଭାକ୍ସିନ ଉପରେ ଟ୍ରାଏଲ୍ ଟିକା ଦିଆଯାଇଥିବା ୪୭ ବର୍ଷିୟ ସ୍ୱେଚ୍ଛାସେବୀ ଦୀପକ ମରାବିଙ୍କ ଡିସେମ୍ବର ୨୧ ରେ ଭୋପାଲର ପିପୁଲ୍ସ ମେଡିକାଲରେ ମୃତ୍ୟୁ ଘଟିଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ମୃତ  ଦେହକୁ ଉଦ୍ଧାର କରିବା ପରେ ଡିସେମ୍ବର ୨୨ ରେ ତାର ଶବ ବ୍ୟବଛେଦ କରାଯାଇଥିଲା। ପ୍ରାଥମିକ ରିପୋର୍ଟରେ ଦୀପକଙ୍କ ଶରୀରରେ ବିଷ ଥିବା ଜଣାପଡ଼ିଥିଲା। କିନ୍ତୁ ଏହା କୋକିନ କି ଡ୍ରଗ୍ସ ତାହା ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟ ପରେ ନିଶ୍ଚିତ ହେବ। ଦୀପକଙ୍କ ଶରୀରର ଭିସେରା ପୋଲିସକୁ ହସ୍ତାନ୍ତର କରାଯାଇଛି।

ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଜିଭାଇ ସିଂ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି କଥା ଦେଇଛନ୍ତି । ଏବଂ ଦୀପକ ମରାବି ଙ୍କ ସାନପୁଅ ପୱନଙ୍କ ହୃଦୟରେ ଏକ ଛିଦ୍ର ଅଛି, ଯାହାକୁ ସେ ବ୍ୟକ୍ତିଗତ ଭାବେ ଚିକିତ୍ସା କରିବେ ବୋଲି କଥା ଦେଇଛନ୍ତି । ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭରତ ବାୟୋଟେକର ଟିକା କୋଭାକ୍ସିନ ପରୀକ୍ଷା କରିବା ପରେ ଦୀପକ ମରାଭୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ସେ ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି।

Latest Posts

Don't Miss