spot_img

Latest Posts

ଦୀପିକାଙ୍କ ପୂରା ପରିବାରକୁ କରୋନା, ଡାକ୍ତରଖାନାରେ ଭର୍ତ୍ତି ହେଲେ ପିତା ପ୍ରକାଶ ପାଦୁକୋନ

ମୁମ୍ବାଇ: କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ନିଜର କରାଳ ରୂପ ଦେଖାଉଛି। ପ୍ରତ୍ୟେକ ଦିନ ଲକ୍ଷୀଧିକ ଲୋକ ସଂକ୍ରମିତ ହେବା ସହ ହଜାର ହଜାରଲୋକଙ୍କ ମୃତ୍ୟୁ ହେଉଛି। ଏହାର ପ୍ରଭାବ ବଲିଉଡରେ ବି ପଡ଼ିଛି। ଅନେକ ବଲିଉଡ ସେଲେବ୍ରିଟି ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

View this post on Instagram

 

A post shared by Deepika Padukone (@deepikapadukone)

କିଛିଦିନ ପୂର୍ବରୁ ତାଙ୍କ ପିତା ପୂର୍ବତନ ବ୍ୟଡମିଣ୍ଟନ ଚାମ୍ପିୟନ ପ୍ରକାଶ ପାଦୁକୋନ ମଧ୍ୟ ପଜିଟିଭ ଚିହ୍ନ ହୋଇଥିଲେ । ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦୀପିକା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସୂଚନା ମୁତାବକ ପ୍ରକାଶ ପାଦୁକୋନ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ୨-୩ ଦିନ ଭିତରେ ସେ ଡାକ୍ତରଖାନାରୁ ଡିସଚାର୍ଯ ହୋଇପାରନ୍ତି।

ତେବେ କବଳ ଏହି ଦୁହେଁ ନୁହଁ ଦୀପିକାଙ୍କ ମାଆ ଓ ଭଉଣୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦୀପିକା ନିଜ ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି । ଫ୍ୟାନମାନେ ଦୀପିକା ଓ ତାଙ୍କ ପରିବାରର ଆଶୁଆରୋଗ୍ୟ କାମନା କରିଛନ୍ତି। ଦୀପିକାଙ୍କ ପୂର୍ବରୁ ଆଲିଆ ଭଟ୍ଟ, ଭୁମି ପେଡନେକର, ବିକି କୌଶଲ, କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର ଏବଂ ସୋନୁ ସୁଦଙ୍କ ଭଳି ତାରକା କରୋନା ସଂକ୍ରମିତ ହୋଇଛନ୍ତି।

Latest Posts

Don't Miss