spot_img

Latest Posts

ରୋଗୀଙ୍କ ବଦଳରେ ବାଲି ବୋହୁଛି ଆମ୍ବୁଲାନ୍ସ, ଗାଡ଼ିରେ ବିଜେପି ସାଂସଦଙ୍କ ନାମ

ପାଟନା: ବିହାରରେ ଆମ୍ବୁଲାନ୍ସ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ଲଗାଇଛନ୍ତି ପୂର୍ବତନ ସାଂସଦ ପପୁ ଯାଦବ । ଏମିତିକି ସେ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଆମ୍ବୁଲାନ୍ସରେ ବାଲି ଭର୍ତ୍ତି କରାଯାଉଥିବା ନଜର ଆସୁଛି। ସେହି ଆମ୍ବୁଲାନ୍ସ ଉପରେ ସାରନରୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ନାମ ଲେଖାଯାଇଛି।

ସୂଚନା ଅନୁଯାୟୀ, ସାରନ (ଛାପ୍ରା)ରୁ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡିଙ୍କ ଅମନୋର ଅଫିସ୍ ଆଗରେ ଏକ ଡର୍ଜନରୁ ଅଧିକ ଆମ୍ବୁଲାନ୍ସ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପପୁ ଯାଦବ ଏବଂ ରାଜୀବ ପ୍ରତାପ ରୁଡିଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା । ଏହାକୁ ନେଇ ରାଜନ କୁମାର ଛାପ୍ରା ଅମନୋର ଥାନାରେ ଜାପ ଅଧ୍ୟକ୍ଷ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର ଦାଏର କରିଛନ୍ତି। ତାଙ୍କ ବିରୋଧରେ ବିଶ୍ୱପ୍ରଭା କମ୍ୟୁନିଟି ସେଣ୍ଟରରେ ଆମ୍ବୁଲାନ୍ସ ଭଙ୍ଗାରୁଜା କରିବା ଅଭିଯୋଗ ହୋଇଛି।

ଏସବୁ ମଧ୍ୟରେ ପପୁ ଯାଦବ ଆଉ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଲେଖାଯାଇଛି ଯେ ‘ରାଜୀବ ପ୍ରତାପ ରୁଡି ଜୀ ବାଲି ଉଠାଇବାରେ ଆମ୍ବୁଲାନ୍ସକୁ ବହୁତ ଭଲ ବ୍ୟବହାର କରୁଛନ୍ତି । ଏଥିପାଇଁ ତାଙ୍କ ପାଖରେ ଏକ ଡ୍ରାଇଭର ମଧ୍ୟ ରହିଛି କିନ୍ତୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଚଳାଇବାକୁ କୗେଣସି ଡ୍ରାଇଭର ନାହାଁନ୍ତି ।

 

Latest Posts

Don't Miss