spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସବୁ ଜିଲ୍ଲା ହସ୍ପିଟାଲରେ ହେବ ବିଶ୍ରାମାଗାର, ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ

ଫୋକସରେ କେବିକେ ଅଞ୍ଚଳ। କୋରାପୁଟ୍‌ ପରେ ଫୁଲବାଣୀରେ ପ୍ରତିଷ୍ଠା ହେବା ସରକାରୀ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ। ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କାର୍ଯ୍ୟକ୍ଷମ ହେବ। ବେଡ୍‌ ସଂଖ୍ୟା ୫ ଶହକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ବିଶ୍ରାମାଗାର ପ୍ରତିଷ୍ଠା କରାଯିବ।
ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସମସ୍ତ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ। ଏଥିରେ ରୋଗୀ କଲ୍ୟାଣ ଓ ନୂତନ ପ୍ରଣାଳୀ ଆପଣାଯିବ। ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଏସପିଙ୍କୁ ରକ୍ତଦାନ କାର୍ଯ୍ୟକ୍ରମର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ସରକାରୀ ପାଣ୍ଠିରୁ ଦିଆଯିବ। ')}

Latest Posts

Don't Miss