spot_img

Latest Posts

IPL ପ୍ରଥମ ମ୍ୟାଚରେ ଚେନ୍ନାଇର ବାଜିମାତ୍

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲର ୧୭ତମ ସଂସ୍କରଣର ପ୍ରଥମ ମ୍ୟାଚରେ ଚେନ୍ନାଇର ବାଜିମାତ୍। ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୬ ଓ୍ବିକେଟରେ ହରାଇଛି ଚେନ୍ନାଇ। ୮ଟି ବଲ ବାକି ଥାଇ ନିର୍ଦ୍ଧାରିତ ଟାର୍ଗେଟକୁ ହାସଲ କରିଛି ଦଳ। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୬ ଓ୍ବିକେଟ ବିନିମୟରେ ୧୭୩ ରନ୍ ସଂଗ୍ରହ କରିଥିଲା। ଜବାବରେ ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଚେନ୍ନାଇ। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭ୍ରମଣକାରୀ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସୁପରକିଙ୍ଗସ ଦଳର ଶୃଙ୍ଖଳିତ ବୋଲିଂକୁ ସାମ୍ନା କରିବା କାଠିକର ପାଠ ହୋଇଥିଲା।

ବିରାଟ କୋହଲି ଓ ଫାଫ ଡୁ ପ୍ଲେସି ସତର୍କତାର ସହ ବ୍ୟାଟିଂ କରି ୪୧ ରନ ସଂଗ୍ରହ କରିଥିଲେ। ପଞ୍ଚମ ଓଭରରେ ମୁସ୍ତାଫିଜୁର ରେହମାନ ବିପର୍ଯ୍ୟୟ ଘଟାଇଥିଲେ। ଚେନ୍ନାଇ ସୁପରକିଙ୍ଗସ ୧୮.୪ ଓଭରରେ ୪ ଓ୍ବିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। ଘାତକ ବୋଲିଂ ପ୍ରଦର୍ଶନ ପାଇଁ ମୁସ୍ତାଫିଜୁର ରେହମାନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Latest Posts

Don't Miss