spot_img

Latest Posts

ପ୍ରଥମ ଟେଷ୍ଟରେ ଭାରତର ଦମଦାର ବିଜୟ, ୧-୦ରେ ଆଗୁଆ ଟିମ୍ ଇଣ୍ଡିଆ

ଚେନ୍ନାଇ : ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ସହ ପ୍ରଥମ ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ଭାରତ ଓ ବାଂଲାଦେଶ ମଧ୍ୟରେ ୨ ମ୍ଯାଚ୍ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ଯାଚ୍ ଜିତି ୧-୦ର ଅଗ୍ରଣୀ ହାସଲ କରିଛି ଟିମ ଇଣ୍ଡିଆ। ପ୍ରଥମ ଟେଷ୍ଟର  ଦ୍ଵିତୀୟ ଇନିଂସରେ ବାଂଲାଦେଶ ଆଗରେ ଭାରତ ୫୧୫ ରନର ଲକ୍ଷ୍ୟ ରଖିଥିଲା। ଟାର୍ଗେଟର ପିଛା କରି ବାଂଲଦେଶର ପୂରା ଟିମ ଖେଳର ଚତୁର୍ଥ ଦିନରେ ୨୩୪ରନରେ ଅଲଆଉଟ ହୋଇଥିଲା। ଭାରତର ଏହି ବିଜୟ ପଛରେ ମୁଖ୍ୟ ନାୟକ ସାଜିଥିଲେ ସ୍ପିନର ଆର ଅଶ୍ଵିନ। ଦ୍ଵିତୀୟ ଇଂନିସରେ ଅଶ୍ଵୀନ ୬ ୱିକେଟ ନେଇଥିଲେ। ଅଶ୍ଵୀନ ଏହି ଟେଷ୍ଟର ପ୍ରଥମ ଇନିଂସରେ ଶତକୀୟ ପାଳି ମଧ୍ୟ ଖେଳିଥିଲେ।  ଭାରତ ପ୍ରଥମ ଇନିଂସରେ ୩୭୬ ଏବଂ ଦ୍ଵିତୀୟ ଇଂନିସରେ ୨୮୭ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ବାଂଲାଦେଶ ଟିମ ପ୍ରଥମ ଇନିଂସରେ ମାତ୍ର  ୧୪୯ ରନରେ ସମସ୍ତ ୱିକେଟ ହରାଇଥିଲା। ମ୍ଯାଚର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ।.. ଟେଷ୍ଟ ସିରିଜର ଦ୍ଵିତୀୟ ମ୍ଯାଚ ଆସନ୍ତା ୨୭ ତାରିଖରୁ ଖେଳାଯିବ । କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଏହି ମ୍ଯାଚ୍ ଖେଳାଯିବ। ଏହି ମ୍ଯାଚକୁ ମଧ୍ୟ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

Latest Posts

Don't Miss