ଉତ୍ତରାଖଣ୍ଡରେ ପୁଣି ବାଦଲ ଫଟା ବର୍ଷା; ତାମସା ନଦୀର ପାଣି ମାଡି ଆସିବାରୁ ଚାରିଆଡେ ଜଳମଗ୍ନ

1 min read

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡରେ ପୁଣି ବାଦଲ ଫଟା ବର୍ଷା । ତାମସା ନଦୀର ପାଣି ମାଡି ଆସିବାରୁ ଚାରି ଆଡେ ଜଳମଗ୍ନ ହୋଇଛି । ବନ୍ୟା ପରିସ୍ଥିତି ଦେଖାଦେଇଛି । ସହସ୍ତ୍ରଧାରା, ମସୁରୀ, ମାଲଦେବତା ଅଞ୍ଚଳ ଭୀଷଣ ପ୍ରଭାବିତ ହୋଇଛି । ରାଜରାସ୍ତା ଉପରେ ମାଟି କାଦୁଅ ସହ ପଥର ଜମା ହୋଇଛି । ବଡ଼ ବଡ଼ ଗଛ ଭାଙ୍ଗିଥିବା ବେଳେ ଘର ଓ ଦୋକାନ ଘର ମଧ୍ୟ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି । ସେହିଭିଳ ପାଣି ମାଡି ଆସିବାରୁ ଡେରାଡୁନର ତାପକେଶ୍ଵର ମହାଦେବ ମନ୍ଦିର ବୁଡି ଯାଇଛି । ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିଛି ଦିନ ହେଲା ଡେରାଡୁନ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରକୃତିର କୋପ ଜାରି ରହିଛି । ସହସ୍ତ୍ରଧାରା, ମାଲଦେବତା, ଟପକେଶ୍ବର, ଫନ ଉପତ୍ୟକାରେ ବର୍ଷା ତାର ପ୍ରକୋପ ଜାରି ରହିଛି । ଅନେକ ସ୍ଥାନରେ ବନ୍ଧବାଡ଼ ଭାଙ୍ଗିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦିନ ଦିନ ଧରି ସ୍କୁଲ କଲେଜ ବନ୍ଦ ହୋଇଯାଇଛି । ଘର, ଦୋକାନ, ମନ୍ଦିର ଚାରିଆଡେ ପଙ୍କକାଦୁଅ ପଶି ଜୀବନ ଦୁର୍ବିସହ ହୋଇଯାଇଛି ।