spot_img

Latest Posts

କାଲିଠୁ ଲାଗୁ ହେବ ଭକ୍ତନିବାସ ନୂଆ ପାର୍କିଂ ଫି, ୨୪ ଘଣ୍ଟାକୁ ଭକ୍ତ ଦେବେ ୨୪୦ ଟଙ୍କା…

ପୁରୀ : କାଲିଠୁ ଲାଗୁ ହେବ ପୁରୀ ଭକ୍ତନିବାସ ନୂଆ ପାର୍କିଂ ଫି। ୨୪ ଘଣ୍ଟାକୁ ଭକ୍ତ ଦେବେ ୨୪୦ ଟଙ୍କା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ।ଏହାସହ ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ପ୍ରକଳ୍ପ ଉପରେ ହୋଇଛି ଆଲୋଚନା। ବିର୍ଲା ଫାଉଣ୍ଡେସନ ସହ ଚୁକ୍ତି ବାତିଲ୍ କରାଯାଇଛି । ନୂଆ ସଂସ୍ଥା ସହ ଚୁକ୍ତି ହେବ। ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତିମଣତି ପ୍ରସଙ୍ଗରେ ବି ଆଲୋଚନା କରାଯାଇଛି । ପ୍ରଥମ ଦିନ ତିଥି ଲଗ୍ନ ବାର ଦେଖି ସ୍ଥିରିକୃତ କରାଯିବ । ତାରିଖ ସ୍ଥିରିକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ । ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ । ବାହାରକାଠରୁ ଦର୍ଶନ ହେବ। ୧୧ ପୃଷ୍ଠାର ଏସଓପି ହୋଇଛି । ସମସ୍ତ ପ୍ରକ୍ରିୟାର ଡିଜିଟାଇଜେସନ ହେବ। ମହାପ୍ରଭୁଙ୍କ ନୂତନ ରତ୍ନପଲଙ୍କ ସେଟ୍ ତିଆରି ହୋଇଛି । କୋଉ ଶୁଭ ବେଳାରେ ଏହା ବ୍ୟବହାର କରାଯିବ ସେନେଇ ସେବାୟତ ନିଷ୍ପତ୍ତି ନେବେ । ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କରିବ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ପରିଚାଳନା କମିଟିର ସଦସ୍ୟ ତିଥି ଲଗ୍ନ ଦେଖି ବିଚାର କରିବେ। ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କା ଟିକେଟ ମୂଲ୍ୟ ରହିବ ।
ମୋବାଇଲ ଓ ଜୋତାଷ୍ଟାଣ୍ଡ ନିଶୁଳ୍କ ରହିବ । ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ସିଂହଦ୍ଵାର ଗୁମୁଟରେ ଥିବା ଦଶାବତାର ମୂର୍ତ୍ତି ବାହାରିବା ଘଟଣାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡାଯିବ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ମୋବାଇଲ ଫୋନ୍ କୌଣସି ସୁରକ୍ଷାକର୍ମୀ ଶ୍ରୀମନ୍ଦିର ଭିତରେ ଖୋଲାଖୋଲି ବ୍ୟବହାର କରିପାରିବେ ନାହିଁ । ସେବକଙ୍କ ପାଇଁ ମଧ୍ୟ ଲାଗୁ ହେଲା ମୋବାଇଲ ଫୋନ୍ କଟକଣା । କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ । ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ପାଇଁ ପରିଚାଳନା କମିଟି ଅନୁରୋଧ କରିଛି । ସେବକ କଲ୍ୟାଣ,,ସେବକ ବାସଗୃହ ଯୋଜନା ଉପରେ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । ନାଟମଣ୍ଡପରେ ଏସି ବ୍ୟବସ୍ଥା ଖୁବଶୀଘ୍ର କରାଯିବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ରାମ୍ପର ବ୍ୟବସ୍ଥା କରାଯିବ। ସେନେଇ ଟେକ୍ନିକାଲ୍ କମିଟି ସହ ଆଲୋଚନା ହେଉଛି। ପ୍ରୋଟୋକଲ୍ ଦର୍ଶନ ଉପରେ ହୋଇଛି ଆଲୋଚନା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରୋଟୋକଲ୍ ବ୍ୟବସ୍ଥା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

Latest Posts

Don't Miss