spot_img

Latest Posts

ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଆଜି ଦୁର୍ଲଭ ପଦ୍ମବେଶ

ପୁରୀ : ଶ୍ରୀଜିଉ ମାନଙ୍କ ଆଜି ଦୁର୍ଲଭ ପଦ୍ମବେଶ । ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ l ବେଶ ବଡ଼ଛତା ମଠ ପକ୍ଷରୁ ପ୍ରସ୍ତୁର୍ତ୍ତ ଫୁଲ,ସୋଳ ଓ ଜରିଜମ୍ବୁରାରେ ପ୍ରସ୍ତୁର୍ତ୍ତ କରାଯାଇଥାଏ।ବଡ଼ସିଂହାର ବେଶରେ ଏହି ବେଶକୁ ସୁସଜ୍ଜିତ କରାଯାଇଥିବାବେଳେ ଏହି ବେଶରେ ମହାପ୍ରଭୁଙ୍କୁ ଖିରି ଅମ୍ବାଲୁ ଭୋଗ ଲାଗି କରାଯାଇଥାଏ । ଗୁରୁବାର ସକାଳେ ମଧ୍ୟ ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୌଭାଗ୍ୟ ଭକ୍ତ ଶ୍ରଦ୍ଧାଳୁ ମାନେ ପାଇପାରିବେ l ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ମଧ୍ୟରେ ଏହି ପଦ୍ମବେଶ ଅତ୍ୟନ୍ତ ଦୁର୍ଲଭ ହୋଇଥିବାବେଳେ ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି l ଭକ୍ତର ଭାବନାକୁ ସଂମ୍ମାନ ଜଣାଇ ମହାପ୍ରଭୁଙ୍କ ଏହି ବେଶ କରାଯାଉଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ପ୍ରକାଶ କରିଛନ୍ତି l

କିମ୍ବଦନ୍ତୀ ଅନୁସାରେ ଭକ୍ତ ମନୋହର ଦାସ ମହାପ୍ରଭୁ ଉଦେଶ୍ୟରେ ଶୁଷ୍କ ପଦ୍ମ ଫୁଲ ଧରି ଆସିଥିଲେ।ଏହାକୁ ଦେଖି ସେବାୟତ ମାନେ ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କରିଥିଲେ। ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ। ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଥିଲେ ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ସେଇ ମଉଳା ପଦ୍ମ ଫୁଲରେ ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମ ବେଶରେ ସୁସଜ୍ଜିତ ହେଲେ l ସେହି କିମ୍ବଦନ୍ତୀ ଅନୁସାରେ ପଦ୍ମବେଶ ଅନୁଷ୍ଠିତ ହୋଇ ଆସୁଥିବା ଜଣାଯାଏ l ତାହାକୁ ସ୍ମରଣ କରି ୨୦୧୨ ମସିହା ଠାରୁ ଭୁବନେଶ୍ୱରର ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାସ ବିଭିନ୍ନ ଆଡୁ ପଦ୍ମଫୁଲ ସଂଗୃହିତ କରି ପ୍ରତିବର୍ଷ ପଦ୍ମବେଶ ଦିନ ଯୋଗାଇ ଆସୁଥିବା ପରିଲକ୍ଷିତ ହୋଇଛି l ଭକ୍ତ ଚିନ୍ତାମଣି ମହାପ୍ରଭୁଙ୍କ ଉଦେଶ୍ୟରେ ଏହି ପଦ୍ମଫୁଲ ପ୍ରଦାନ କରିବା ସହ ମହାଲଷ୍ମୀ, ମା ବିମଳା ସମେତ ଅନେକ ପାର୍ଶ୍ୱ ଦେବା ଦେବିଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି l

Latest Posts

Don't Miss