spot_img

Latest Posts

କରୋନା କାଳରେ ମିଳିଥିଲା ପାରୋଲ; ଏବେ ମିଳୁନି ୧୦୦୦ରୁ ଅଧିକ କଏଦୀଙ୍କ ପତ୍ତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଜେଲରେ ଥିବା ବନ୍ଦୀମାନେ ଗାଏବ ହେବାରେ ଲାଗିଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । କରୋନା କାଳରେ ୟୁପି ଜେଲରୁ ପାରୋଲରେ ଛଡାଯାଇଥିବା କଏଦୀମାନେ ଫେରିକି ଆସୁନାହାଁନ୍ତି । ଯାହା ଫଳରେ ସରକାର ସେମାନଙ୍କୁ ଗିରଫ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, କରୋନା କାଳରେ ଜେଲରେ ଥିବା କଏଦୀମାନଙ୍କୁ ପାରୋଲରେ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିପାଇଁ ଉତ୍ତରପ୍ରଦେଶର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ଜାରି କରାଯାଇଥିବା ସୁପାରିଶ ଅନୁଯାୟୀ ମୋଟ୍ ୨୨୫୬ ସଜା ପ୍ରାପ୍ତ କଏଦୀଙ୍କୁ ୮ ସପ୍ତାହ ଲାଗି ସ୍ୱତନ୍ତ୍ର ପାରୋଲରେ ମୁକ୍ତ କରାଯାଇଥିଲା।

ଯାହାପରେ ଉକ୍ତ ପାରୋଲକୁ ୮-୮ ସପ୍ତାହ ପାଇଁ ତିନିଥର ବୃଦ୍ଧି କରାଯାଇଥିଲା । ତେବେ ଦୀର୍ଘ ଦିନ ପରେ ନଭେମ୍ବର ୧୯ରେ ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ୩ ଦିନ ମଧ୍ୟରେ ଜେଲରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁକ୍ତ ହୋଇଥିବା ମୋଟ ୨୨୫୬ ଜଣ କଏଦୀଙ୍କ ମଧ୍ୟରୁ ପାରୋଲ ସମୟରେ ୪ ଜଣ  ମୃତ୍ୟୁ ବରଣ କରିଛନ୍ତି। ତନ୍ମଧ୍ୟରୁ ୧୩୬ ଜଣଙ୍କୁ ମୁକ୍ତ କରାଯାଇଥିଲା ବେଳେ ଅନ୍ୟ ୫୬ ଜଣ ଏହି ମାମଲାରେ ଜେଲରେ ଅଛନ୍ତି।

ତେବେ ୧୩୭୦ କଏଦୀ ଏଯାଏଁ ଫେରିନଥିବା ବେଳେ ସେମାନେ ଫେରାର ହୋଇଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି । ଯେଉଁଥିପାଇଁ ଜେଲ୍ ଅଧୀକ୍ଷକଙ୍କ ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ନିକଟକୁ ଚିଠି ପଠାଯାଇଛି। ଯାହାଫଳରେ କଏଦୀଙ୍କୁ ଯଥାଶୀଘ୍ର ଗିରଫ କରାଯାଇ ଜେଲକୁ ପଠାଯାଇପାରିବ।

Latest Posts

Don't Miss