spot_img
Home Blog Page 7426

ପ୍ରତି ୧୫ ମିନିଟରେ ପାଣି ପିଇଲେ କରୋନା ହେବାର ଆଶଙ୍କା ହୁଏ ଦୂର ! ଜାଣନ୍ତୁ ସତ କଣ

କରୋନା ଭାଇରସର ବିସ୍ତାର ଯୋଗୁଁ ଲୋକେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି ।ଏହି ଭୂତାଣୁର ଘାତକ ବିପଦକୁ ଦୃଷ୍ଟିରେ ସମସ୍ତେ ଅନେକ ପଦକ୍ଷେପ ଆପଣାଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ କରୋନା ଭାଇରସ ମୁକାବିଲା ପାଇଁ ସମସ୍ତ ଟିପ୍ସ ଭାଇରାଲ ହେବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କେତେକ ଭୁଲ ତ କେତେକ ଠିକ୍ । ତେବେ ସୋସିଆଲ ମିଡିଆରେ ଥିବା ସମସ୍ତ ପୋଷ୍ଟରେ କୁହାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣକୁ କିଛି ମିନିଟର ବ୍ୟବଧାନରେ ପାଣି ପିଇ ବନ୍ଦ କରିହେବ। ଏହା କେତେ ମାତ୍ରାରେ ସତ ସେହି ବିଷୟରେ ଜାଣନ୍ତୁ ।

ରିପୋର୍ଟ ଅନୁସାରେ ସବୁବେଳେ ପାଟି ଏବଂ ଗଳାକୁ ଓଦା ରଖିବା ଉଚିତ । ଏହା ସହ ପ୍ରତି ୧୫ ମିନିଟ ବ୍ୟବଧାନରେ ପାଣି ପିଇବା ଉଚିତ୍। ଏହା ପଛର କାରଣ ହେଉଛି ଅଧିକ ପାଣି ପିଇଲେ ଭାଇରସ୍ ସଫା ହୋଇଯିବ । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନର ଏପିଡେମୋଲୋଜିଷ୍ଟ୍ କଲ୍ପନା କହିଛନ୍ତି ଯେ, କରୋନା ଜୀବାଣୁ ସଂକ୍ରମଣ ପାଟି ମାଧ୍ୟମରେ ବିସ୍ତାର କରିବାର ମୁଖ୍ୟ ଉପାୟ ନୁହେଁ । ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କରୁ ଓ ନିଶ୍ୱାସରେ କରୋନା ଜୀବାଣୁ ଅଧିକ ବ୍ୟାପିଥାଏ ।

ତେବେ ଏକ ପୋଷ୍ଟ ଅନୁସାରେ ପ୍ରଚୁର ପାଣି ପିଇଲେ କରୋନା ଜୀବାଣୁ ସଂକ୍ରମିତ ହେବ ନାହିଁ । ଯଦି କରୋନା ଜୀବାଣୁ ଶରୀରର ପେଟରେ ପହଞ୍ଚନ୍ତି, ତେବେ ସେମାନେ ତୁରନ୍ତ ସଫା ହୋଇଯାଆନ୍ତି ବୋଲି କୁହାଯାଇଛି । କାରଣ ପେଟରେ ଥିବା ଏସିଡ୍ pH ୧ ରୁ ୩ ମଧ୍ୟରେ ଥାଏ । ହେଲେ ବୈଜ୍ଞାନିକଙ୍କ ଅନୁସାରେ ରୋଗୀଙ୍କ ପେଟରେ ମଧ୍ୟ ଏହି ଜୀବାଣୁ ଜୀବନ୍ତ ରହିପାରିବେ।

କରୋନା ସଂକ୍ରମଣକୁ ରୋକା ଯାଇପାରିବ କି ନାହିଁ ତାହା ଅନୁସନ୍ଧାନ କରାଯାଇଥିଲା। ଏକ ପ୍ରକ୍ରିୟାରୁ ଜଣା ପଡିଛି ଯେ, ଯେଉଁ ଲୋକମାନେ ଦିନକୁ ଅଧିକ ପାଣି ପିଅନ୍ତି ସେମାନଙ୍କର ସଂକ୍ରମଣର ଆଶଙ୍କା କମ୍ ଥାଏ । କରୋନା ଜୀବାଣୁ ଶରୀରର ଭିତର ଛାତି ଏବଂ ଫୁସଫୁସକୁ ଅଧିକ ସଂକ୍ରମିତ କରନ୍ତି । ହେଲେ ଅଧିକ ପାଣି ପିଇବା ଯେ ଏହି ରୋଗକୁ ଠିକ୍ କରିବ ତାହା ସତ କି ମିଛ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ କୌଣସି ତଥ୍ୟ ପ୍ରକାଶ କରିନାହିଁ । ପ୍ରତି ୧୫ ମିନିଟରେ ପାଣି ପିଇବା ଭଲ ହୋଇଥାଏ କିନ୍ତୁ ଏକ ରୋଗକୁ ଠିକ୍ ଯେ କରିବ ତାହା ଭୁଲ ହୋଇପାରେ । ଏହି ସମୟରେ, ସାମାଜିକ ଦୂରତା ଏବଂ ହାତ ଧୋଇବା କରୋନା ଜୀବାଣୁକୁ ରୋକିବାରେ ସାହାଯ୍ୟ କରିବ ।

କର୍ତ୍ତବ୍ୟ ସାମ୍ନାରେ ହାର ମାନିଲା ଲକ୍‌ଡାଉନ୍‌ର ଲମ୍ବା ରାସ୍ତା

ଆଜି କିପରି କର୍ତ୍ତବ୍ୟ ପାଳନ କରାଯାଏ, ଜଣେ ପୋଲିସ କର୍ମଚାରୀ ଶିଖାଇଛନ୍ତି । ପୋଲିସ ବାବୁଙ୍କ ସାମ୍ନାରେ କର୍ତ୍ତବ୍ୟର ୪୫୦ କିଲୋମିଟର ଲମ୍ବା ରାସ୍ତାବି ହାର ମାନିଛି । ଆଜି ସମଗ୍ର ଦେଶ କରୋନା ଭାଇରସ୍‌ ସହ ସଂଘର୍ଷ କରୁଛି । ଏହାର ପରିମାଣ ପାଇଁ ସାରା ଦେଶରେ ସରକାର ସମସ୍ତ ରାଜ୍ୟରେ ଲକ୍‌ଡାଉନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା ଏହି ଭରଇରସ୍‌କୁ ରୋକା ଯାଇପାରିବ । ରାଜ୍ୟଗୁଡିକର ପୋଲିସ୍ ଫୋର୍ସ ଏଥିପାଇଁ ୨୪ ଘଣ୍ଟା ସେମାନଙ୍କ କାର୍ଯ୍ୟରେ ନିୟୋଜିତ ଅଛି । ଲକ୍‌ଡାଇନ୍‌ ସମୟରେ ଗମନା ମଗମନର ସୁବିଧାକୁ ବାତିଲ କରାଯାଇଛି । ଏହି ସମୟରେ ଜଣେ ପୋଲିସ୍‌ କନେଷ୍ଟବଳ ନିଜର ଡିୟୁଟିରେ ଯୋଗ ଦେବାପାଇଁ ଏକ ଲମ୍ବା ରାସ୍ତା ଅତିକ୍ରମ କରିଛନ୍ତି ।

କନଷ୍ଟେବଲ ପୋଷ୍ଟରେ ଚାକିରୀ କରିଥିବା ଦିଗବିଜୟ ଶର୍ମା ସ୍ନାତକୋତ୍ତର ପରୀକ୍ଷା ଦେବାକୁ ୧୬ ମାର୍ଚ୍ଚରେ ଇଟାୱା ସ୍ଥିତ ତାଙ୍କ ଘରକୁ ଯାଇଥିଲେ। ତେବେ ସେହି ସମୟରେ ଦେଶରେ ଲକ୍‌ଡାଉନ୍‌ ଥିବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଲକ୍‌ଡାଉନ୍‌ ପାଇଁ ତାଙ୍କୁ ଡ୍ୟୁଟିକୁ ଫେରିବାକୁ ପଡ଼ିଥିଲା । ତାଙ୍କ ଆଗରେ ଲକ୍ ଡାଉନ୍ ଏକ ପ୍ରମୁଖ ସମସ୍ୟା ଥିଲା। କନଷ୍ଟେବଳ ଦିଗବିଜୟ ଏଟାୱାରୁ ରାଜଗଡ଼ ପୋଲିସ ଷ୍ଟେସନ ୪୫୦ କିଲୋମିଟରର ରାସ୍ତା କୌଣସି ଚିନ୍ତା ନକରି ଚାଲି ଚାଲି ଆସିବା ପାଇଁ ମନସ୍ତ କରିଥିଲେ ।

ଲକ୍‌ଡାଉନ୍‌ ପାଇଁ ତାଙ୍କୁ ଅନେକ କିଲୋମିଟର ଚାଲିବାକୁ ପଡିଲା । ଲକ୍‌ଡାଉନ୍‌ ଥିବାରୁ ରାସ୍ତାରେ ଖାଇବା ପାଇଁ ମଧ୍ୟକିଛି ମିଳି ନଥିଲା  । ଯାହାଫଳରେ ଦିଗବିଜୟଙ୍କୁ ଭୋକିଲା ରହିବାକୁ ପଡ଼ିଥିଲା ।  ଶର୍ମା ହାର ମାନିନଥିଲେ ଏବଂ ଶେଷରେ ୨୮ ରେ ରାଜଗଡରେ ଯାଇ ପହଞ୍ଚିଥିଲେ। ୪୫୦ କିଲୋମିଟର ଚାଲିବା ଫଳରେ ଦିଗବିଜୟଙ୍କ ପାଦ ଫୁଲି ଯାଇଥିଲା। ଏହା ସତ୍ତ୍ୱେ ବି ଏପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପୋଲିସ୍ ନିଜର କର୍ତ୍ତବ୍ୟ, ଭକ୍ତି ଏବଂ ଶୃଙ୍ଖଳା ପ୍ରଦର୍ଶନ କରି ତାଙ୍କ ଡ୍ୟୁଟିରେ ଆସି ଯୋଗ ଦେଇଥିଲେ ।

ଷ୍ଟେସନ ଦାୟିତ୍ୱରେ ଥିବା ସୁନୀଲ ଶ୍ରୀବାସ୍ତବ ପୋଲିସ ଅଧୀକ୍ଷକ ରାଜଗର ପ୍ରଦିପ ଶର୍ମାଙ୍କୁ ସମ୍ପୂର୍ଣ୍ଣ କଥା କହିଥିଲେ। ଏସପି ପ୍ରଦୀପ ଶର୍ମା ଦିଗବିଜୟ ଶର୍ମାଙ୍କ କର୍ତ୍ତବ୍ୟକୁ ପ୍ରଶଂସା କରିବା ସହ ଏହାକୁ ଆଦର୍ଶ ବୋଲି କହିଥିଲେ । ପୂରା ପୋଲିସ କର୍ମଚାରୀ ଦିଗବିଜୟଙ୍କୁ ପ୍ରଶଂସା କରିଥିଲେ ଏବଂ ଷ୍ଟେସନ ଦାୟିତ୍ୱରେ ଥିବା ଦିଗବିଜୟଙ୍କୁ ସମସ୍ତ କର୍ମଚାରୀଙ୍କ ସମ୍ମୁଖରେ ସମ୍ମାନିତ କରିଥିଲେ।

ଆମେରିକା ଓ ଚୀନକୁ ଦୁନିଆର ପ୍ରଶ୍ନ, କରୋନା ପଛରେ କିଏ ?

ଚାଇନାର ଉହାନରୁ ଉତ୍ପନ୍ନ COVID -19 ଭାଇରସ ସମ୍ବନ୍ଧରେ ସମଗ୍ର ବିଶ୍ୱକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି। ଚାଇନା, ଋଷିଆ, ଆରବ, ସିରିଆ ଭଳି ଦେଶ ଦାବି କରୁଛନ୍ତି ଯେ କରୋନା ଭାଇରସ ପଛରେ ଆମେରିକାର ଷଡଯନ୍ତ୍ର ଅଛି କି? ଆମେରିକା ଏବଂ ଇସ୍ରାଏଲ ଅଭିଯୋଗ କରୁଥିବାବେଳେ ଏହି ଜୈବିକ ଅସ୍ତ୍ର ଅର୍ଥାତ୍ ବାୟୋ ଅସ୍ତ୍ର ଚାଇନାର ଲାବରେ ପ୍ରସ୍ତୁତ ହୋଇଛି।

ଉହାନ ସହର, ଯେଉଁଥିରୁ COVID -19 ଜୀବାଣୁ ସାରା ବିଶ୍ୱରେ ବ୍ୟାପିଥିବା କଥା କୁହାଯାଉଛି । ସେହି ସହରରେ ଚାଇନାର ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନାମକ ନ୍ୟାସନାଲ ବାୟୋସଫେଟି ଲାବ ରହିଛି | ଏହି ଲାବୋରେଟୋରୀ ହୁନାନ ସି-ଫୁଡ୍ ବଜାରଠାରୁ ମାତ୍ର ୩୨ କିଲୋମିଟର ଦୂରରେ ରହିଛି । ୟେ ହେଉଛି ସେହି ସି-ଫୁଡ ମାର୍କେଟ ଯେଉଁଠାରୁ ଏହି ଜୀବାଣୁ ବିସ୍ତାର ହୋଇଥିବା ଦାବି କରାଯାଉଛି।

ଚାଇନାର ଏହି ଲାବରେ ଇବୋଲା, ନିପାହ, ସାର୍ସ ଏବଂ ଅନ୍ୟାନ୍ୟ ମାରାତ୍ମକ ଜୀବାଣୁ ଉପରେ ଗବେଷଣା କରାଯାଇଥାଏ । ଏହି ଲାବରେ କାମ କରୁଥିବା ବୈଜ୍ଞାନିକମାନେ ମାଇକ୍ରୋସ୍କୋପରେ ଏକ ଅଜବ ଭୂତାଣୁ ଦେଖିବାକୁ ପାଇଥିଲେ | ଏପରି ଜୀବାଣୁ ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହାର ଜେନେଟିକ୍ କ୍ରମକୁ ଅତି ନିକଟରୁ ଦେଖିବା ପରେ ଏହା ଜଣା ପଡିଥିଲା ​​ଯେ ଏହା ବାଦୁଡ଼ି ମାନଙ୍କ ପାଖରେ ଦେଖା ଦେଉଥିବା ଭାଇରସ ମଧ୍ୟରୁ ଗୋଟିଏ ହୋଇପାରେ ।

ବୈଜ୍ଞାନିକମାନେ  ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଏହି ଜୀବାଣୁର SARS ଜୀବାଣୁ ସହିତ ସମାନତା ଥିଲା | SARS ହେତୁ ୨୦୦୨ ଏବଂ ୨୦୦୩ ରେ ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ ଲକ୍ଷ ଲକ୍ଷ ଲୋକ ଅସୁସ୍ଥ ହୋଇପଡିଥିଲେ। ସାରା ବିଶ୍ୱରେ ୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ମଧ୍ୟ କୁହାଯାଇଥିଲା ଯେ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା, ଛିଙ୍କିବା କିମ୍ବା କାଶ ହେବା ଦ୍ୱାର SARS ବିସ୍ତାର ହୋଇଥାଏ ।

ଏହି ଅଭିଯୋଗ ମଧ୍ୟ ଅଛି ଯେ ଚୀନ୍ ଏହି ଭାଇରସକୁ ବିଶ୍ୱରୁ ଲୁଚାଇ ରଖିଛି। ଏଭଳି ପରିସ୍ଥିତିରେ କରୋନା ଭାଇରସ ମଧ୍ୟ ଏହି ଲାବରୁ ଲିକ୍ ହୋଇଛି କି ବୋଲି ପ୍ରଶ୍ନ ଉଠିଛି। ଇସ୍ରାଏଲ୍ କହିଛି ଯେ ଉହାନରେ କରୋନା ସଂକ୍ରମଣ ଆରମ୍ଭ ହେବା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ।

ଏଠାରେ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ନାମକ ଏକ ଲାବୋରେଟୋରୀ ଅଛି ଯାହା ସେନା ସହିତ ବିପଜ୍ଜନକ ଭାଇରସ ଉପରେ ଅନୁସନ୍ଧାନ କରିଥାଏ। ଡେଲି ମେଲ ଏବଂ ୱାଶିଂଟନ୍ ଟାଇମ୍ସ ମିଡିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ମଧ୍ୟ ସମାନ ଦାବି କରାଯାଇଛି। ଦାବି ଅନୁଯାୟୀ, କରୋନା ଭାଇରସ ଚୀନ୍‌ର ଜୈବିକ ଯୁଦ୍ଧ କାର୍ଯ୍ୟକ୍ରମର ଏକ ଅଂଶ ଥିଲା। ଆମେରିକାର ସିନେଟର ଟମ କଟନ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ କରୋନା ଭାଇରସ ଚୀନ୍‌ର ଜୈବିକ ଅସ୍ତ୍ର ହୋଇପାରେ। ଏହାକୁ ଉହାନ ଲାବରେ ବିକଶିତ କରାଯାଉଛି  । ଋଷିଆ ଭଳି ଦେଶ ଦାବି କରୁଛନ୍ତି ଯେ କରୋନା ଜୀବାଣୁ ଆମେରିକାର ବାଣିଜ୍ୟ ଯୁଦ୍ଧର ଏକ ଅଂଶ। ଆମେରିକା ପୂର୍ବରୁ ଏଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରିସାରିଛି। ଋଷିଆ ଦାବି କରିଛି ଯେ କରୋନା ଜୀବାଣୁ ଆମେରିକାର ଏକ ଜୈବିକ ଅସ୍ତ୍ର, ଯାହା ଚୀନ୍‌ର ଅର୍ଥନୀତିକୁ ନଷ୍ଟ କରିବାରେ ବ୍ୟବହାର କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୮୦ ର ଶୀତଳ ଯୁଦ୍ଧ ସମୟରେ ଋଷ ମଧ୍ୟ ଏଚଆଇଭି ପାଇଁ ଆମେରିକାକୁ ଦାୟୀ କରିଥିଲା। ଏଭଳି ପରିସ୍ଥିତିରେ ଚୀନ୍ ବିରୋଧରେ ବାଣିଜ୍ୟ ଯୁଦ୍ଧରେ ଆମେରିକା କରୋନା ଭାଇରସ ବ୍ୟବହାର କରିଛି କି ବୋଲି ପ୍ରଶ୍ନ ଉଠିଛି?

ସେହିଭଳି ସିରିଆ ଅଭିଯୋଗ କରିଛି ଯେ ଚାଇନା ବିରୋଧରେ ଅର୍ଥନୀତିକୁ ନଷ୍ଟ କରିବା ପାଇଁ ଆମେରିକା କରୋନା ଭାଇରସ ବ୍ୟବହାର କରିଛି। ସିରିଆ ଦାବି କରିଛି ଯେ ଅତୀତରେ ଆମେରିକା ଅନ୍ୟ ଦେଶ ଉପରେ ଚାପ ପକାଇବା ପାଇଁ ଇବୋଲା, ଜିକା, ବାର୍ଡ ଫ୍ଲୁ, ସ୍ୱାଇନ୍ ଫ୍ଲୁ, ଆନ୍ଥ୍ରେକ୍ସ, ମାଡ କାଓ ଭଳି ଜୈବିକ ଅସ୍ତ୍ର ବ୍ୟବହାର କରିଆସୁଛି।

ତେବେ ୱୁହାନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ମୁଖ୍ୟ ବୈଜ୍ଞାନିକ ତଥା ନିର୍ଦ୍ଦେଶକ ସି ଜେଙ୍ଗଲି ଦକ୍ଷିଣ ଚୀନ୍ ମର୍ନିଂ ପୋଷ୍ଟ ସମେତ ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିଷ୍ଠାନକୁ କହିଛନ୍ତି ଯେ କରୋନା ଭାଇରସ ସଂକ୍ରମଣ ତାଙ୍କ ଲାବରୁ ବିସ୍ତାର ହୋଇନାହିଁ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ସି ଜେଙ୍ଗଲି ଆମେରିକୀୟ ଏକାଡେମୀ ଅଫ୍ ମାଇକ୍ରୋବିଓଲୋଜିରୁ ଫେଲୋସିପ୍ ପାଇଛନ୍ତି। ତାଙ୍କୁ ଅନେକ ଆନ୍ତର୍ଜାତୀୟ ପ୍ରଶଂସା ମିଳିଛି | କିନ୍ତୁ ଆମେରିକା ଏବଂ ଇସ୍ରାଏଲ ସମାନ ଲାବକୁ ଦାୟୀ କରୁଛନ୍ତି, ଯେଉଁଠାରେ ସି ଜେଙ୍ଗଲି ନିର୍ଦ୍ଦେଶକ ଅଛନ୍ତି।

ବିନା ବିରୋଧରେ ଗୃହିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ବିନା ଆଲୋଚନା କି ବିରୋଧରେ ଗିଲୋଟିନ୍ ମାଧ୍ୟମରେ ଗୃହିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ୧ଲକ୍ଷ ୫୫ହଜାର ୯୬୩କୋଟି ୩୬ଲକ୍ଷ ୮୧ ହଜାର ଟଙ୍କାର ବଜେଟ ପାସ୍ ହୋଇଛି । ଏଥିରେ ୪୨ଟି ବିଭାଗର ବିଲ୍ ଗୃହିତ ହୋଇଛି । ସମସ୍ତ ରାଜନୈତିକ ଦଳ ଏହାକୁ କରୋନା ମୁକାବିଲା ପାଇଁ ସମର୍ଥନ କରିଛନ୍ତି । ଏହାସହ ବିରୋଧି କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଦାବି କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ବିରୋଧୀ ପ୍ରଶଂସା ମଧ୍ୟ କରିଛନ୍ତି । ହେଲେ ସେହି ସବୁ ଯୋଜନା ଯେପରି କାଗଜରେ ସିମିତ ନ ରହୁ, ସେ ନେଇ ଆଲୋଚନା ହେବାକୁ ବିରୋଧି ଅନୁରୋଧ କରିଛନ୍ତି । ସେହିପରି ବାହାରେ ଫସିଥିବା ଓଡ଼ିଆଙ୍କ ସୁରକ୍ଷା, ରହଣୀ ଓ ଖାଦ୍ୟ ବ୍ୟବସ୍ଥା ଉପରେ ବି ଜୋର ଦେବାକୁ ଦାବି ହୋଇଛି । ସବୁ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ସରକାରୀ ଦଳ ଉପମୁଖ୍ୟ ସଚେତକ କହିଛନ୍ତି ।

ବିଧାନସଭାର ଅସ୍ଥାୟୀ ଅଧିବେଶନ ଆଜି ଲୋକସେବା ଭବନରେ ଆରମ୍ଭ ହୋଇଥିଲା । ପ୍ରତି ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଥିଲେ । କରୋନା ପାଇଁ ସମସ୍ତେ ସଜାଗ ହୋଇଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ୍ ସାମ୍ନାରେ ସାନିଟାଇଜରରେ ବିଧାୟକମାନେ ହାତ ଧୋଇଛନ୍ତି। ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି ।

ସତ ଲୁଚାଉଛି ଚୀନ,୩ ହଜାର ନୁହେଁ ମରିଛନ୍ତି ୪୦ ହଜାରରୁ ଅଧିକ !

କରୋନା ଭାଇରସକୁ ନେଇ ଚୀନ ମୁଳରୁ ବିଶ୍ୱକୁ ଭ୍ରମିତ କରି ଆସୁଛି । ବିଳମ୍ବରେ ଏହି ଭାଇରସ ବାବଦରେ ଦୂନିଆକୁ ସୂଚିତ କରି ଚୀନ୍ ବାକି ଦେଶଙ୍କ ମୁସ୍କିଲ ବଢାଇ ଦେଇଛି । ଅଭିଯୋଗ ହେଉଛି ଯେ,ଏହି ଭାଇରସ ଲାବରେ ତିଆରି ହୋଇଥିଲା । ଜୈବିକ ଅସ୍ତ୍ର ଭାବେ ଚୀନ୍ ଏହାକୁ ତିଆରି କରୁଥିଲା । ଭୁଲରେ କିମ୍ବା ଜାଣିଶୁଣି ଏହା ବାହାରକୁ ଆସିଛି । ଏସବୁ ଭିତରେ ଚୀନରୁ ଧିରେ ଧିରେ ସତ ବାହାରକୁ ଆସିବାରେ ଲାଗିଛି ।

ଚୀନ ନାଗରିକ ନିଜ ସରକାରଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଲେଣି । ଚୀନ ନାଗରିକଙ୍କ ଦାବି ଯେ,୩୩୦୦ ନୁହନ୍ତି ବରଂ ୪୨ ହଜାର ଲୋକ ଏହି ଭାଇରସ ଦ୍ୱାରା ପ୍ରାଣ ହରାଇଛନ୍ତି । ଉହାନ ନାଗରିକଙ୍କ ଅଭିଯୋଗ ଯେ, କେବଳ ସେମାନଙ୍କ ସହରରେ ୪୨ ହଜାର ପ୍ରାଣ ହରାଇଛନ୍ତି ।

ଡେଲି ମେଲର ରିପୋର୍ଟ ଅନୁସାରେ ,ହୁଆଇ ପ୍ରଦେଶର ଅନେକ ବ୍ୟକ୍ତି ହସ୍ପିଟାଲ ଯିବା ପୂର୍ବରୁ ହିଁ ନିଜ ଘରେ ପ୍ରାଣ ହରାଇଥିଲେ । କେବଳ ଗୋଟିଏ ମାସରେ ୨୮ ହଜାର ଶବଦାହ କରାଯାଇଥିଲା ।

ଉହାନର ସ୍ଥାନୀୟ ଯେତିକି ସଂଖ୍ୟାରେ ଲୋକ ମରିଥିବା କହୁଛନ୍ତି ତାହା ସରକାରୀ ହିସାବଠାରୁ ୧୦ ଗୁଣ ଅଧିକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୁରା ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସର ଜନ୍ମ ଉହାନରୁ ହୋଇଥିଲା ।

ଉହାନର ବିଭିନ୍ନ ଶବଦାହ ଗୃହ ପ୍ରତିଦିନ ପରିଜନଙ୍କୁ ୫ଶହ ଅସ୍ଥିକଳସ ଦେଉଥିବା ସ୍ଥାନୀୟ ଲୋକ ଦାବି କରୁଛନ୍ତି । ଉହାନରେ ମୋଟ ୭ଟି ଶବଦାହ ଗୃହ ରହିଛି । ପ୍ରତି ଶବଦାହ ଗୃହରୁ ଯଦି ୫୦୦ ଅସ୍ଥିକଳସ ବାହାରୁଛି ତେବେ ମୋଟ ୩୫ ହଜାର ଲୋକଙ୍କ ଶବ ସତ୍କାର ହୋଇଥିବା ଆଶଙ୍କା କରାଯାଉଛି ।

ହୁକୋଉଁ,ବୁଚାଙ୍ଗ୍ ଓ ହାନ୍ୟାଙ୍ଗରେ ରହୁଥିବା ମୃତକଙ୍କ ପରିବାରକୁ ଅସ୍ଥିକଳଶ ଏପ୍ରିଲ ୫ ତାରିଖରେ ମିଳିବ ବୋଲି କୁହାଯାଇଛି । ଡେଲି ମେଲ୍ ରିପୋର୍ଟ ଅନୁସାରେ ଏହାର ଅର୍ଥ ହେଉଛି  ୧୨ ଦିନରେ ୪୨ ହଜାର ଲୋକଙ୍କ ଅସ୍ଥିକଳଶ ବଣ୍ଟାଯିବ ।

 

କରୋନା ସଂକ୍ରମିତଙ୍କ ଆଖିର ରଙ୍ଗ ବି ବଦଳିଯାଏ, ଗୋଲାପୀ ହୋଇଯାଏ ଆଖି !

କରୋନା ଭାଇରସକୁ ନେଇ ବଡ ଧରଣର ଦାବି କରିଛନ୍ତି ଜଣେ ଭାରତୀୟ ବୈଜ୍ଞାନିକ । ଏହି ବୈଜ୍ଞାନିକଙ୍କ ଦାବି ଯେ, କରୋନା ପ୍ରାକୃତିକ ଭାଇରସ ନୁହେଁ । ଏହା ଏକ ଜୈବିକ ଅସ୍ତ୍ର,ଯାହାକୁ ଲାବରେ ତିଆରି କରାଯାଇଛି । ହୋଲକର ସାଇନ୍ସ କଲେଜର ଅବସର ପ୍ରାପ୍ତ ପ୍ରଫେସର ରାମ ଶ୍ରୀବାସ୍ତବଙ୍କ ଅନୁସାରେ ଏହା ଏକ ଲାବ୍ ପ୍ରସ୍ତୁତ ଭୂତାଣୁ । ଏହାର ସତ୍ୟାସତ୍ୟ ନେଇ ସେ କେତେକ ଯୁକ୍ତି ମଧ୍ୟ ବାଢିଛନ୍ତି ।

ବୈଜ୍ଞାନିକଙ୍କ କହିବା କଥା ହେଉଛି ଅନ୍ୟ ଭୂତାଣୁ ଏବଂ କରୋନା ଭୂତାଣୁ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରାକୃତିକ ଭୂତାଣୁର ଜିନ୍ ଠାରୁ କରୋନା ଭୂତାଣୁର ଜିନ୍ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ପ୍ରାକୃତିକ ଭୂତାଣୁରେ ଜିନର କ୍ରମ ସର୍ବଦା ବଦଳିଥିବା ବେଳେ କରୋନା ଭାଇରସରେ, ଜିନର କ୍ରମରେ କୌଣସି ପରିବର୍ତ୍ତନ ଆସୁନାହିଁ । ଅନ୍ୟ ଭାଇରସ୍ ପରି, ଏହାର ନ୍ୟୁଟ୍ରିସନ ହେଉନାହିଁ । ତେଣୁ ଏହି ଭାଇରସ ଲ୍ୟାବରେ ତିଆରି କରାଯାଇଥିବାର ୮୦ ପ୍ରତିଶତ ସମ୍ଭାବନା ରହିଛି । ଏବଂ ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ନୁହେଁ ଏହା ଜେନେଟିକ୍ ରୂପାନ୍ତରିତ ଭୂତାଣୁ ବୋଲି ସେ କହିଛନ୍ତି ।

ହୋଲକର ସାଇନ୍ସ କଲେଜରେ ପ୍ରଫେସର 

ହୋଲକର ସାଇନ୍ସ କଲେଜର ପ୍ରଫେସର ଥିବା ତଥା ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ପାଇଥିବା ରାମ ଶ୍ରୀବାସ୍ତବ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ତଥ୍ୟ ଆମେରିକା, ଚୀନ୍, ସ୍ପେନ୍ ଏବଂ ବ୍ରିଟେନର ମେଡିକାଲ ଅନୁଷ୍ଠାନର ରିସର୍ଚରୁ ସଂଗ୍ରହ କରିଛନ୍ତି । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ, ଆଖିର ରଙ୍ଗ ଗୋଲାପି ହେବା, ଗନ୍ଧ ବାରିବାର କ୍ଷମତା କମିବା ଏବଂ ଖାଦ୍ୟର ସ୍ୱାଦ ଜଣା ନପଡ଼ିବା, କରୋନା ଭୂତାଣୁର ପ୍ରାରମ୍ଭିକ ଲକ୍ଷଣ । ଯେତେବେଳେ କରୋନା ଭୂତାଣୁ ବାୟୁ ଦ୍ୱାରା ଆମ ଶରୀରକୁ ପ୍ରବେଶ କରେ, ଏହା ପ୍ରଥମେ ଗ୍ରନ୍ଥିଗୁଡ଼ିକୁ ନଷ୍ଟ କରିବାକୁ ଲାଗେ ଯେଉଁଠାରୁ ଆମେ ସୁଗନ୍ଧ ବା ଗନ୍ଧ ବାରିଥାଉ ।

ଏହା ପରେ, ଏହା ପାଟିରେ ଯାଇ ଆମ ଲାଳରେ ମିଶି ଜିଭରେ ଥିବା ସ୍ୱାଦ ଗ୍ରନ୍ଥିକୁ ଦୁର୍ବଳ କରିଥାଏ । ଏହି ଲକ୍ଷଣଗୁଡିକର ତିନିରୁ ଚାରି ଦିନ ପରେ ଶୁଖିଲା କାଶ, ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଆରମ୍ଭ ହୁଏ । ତେବେ କେବଳ ସେତିକି ନୁହେଁ କରୋନା ଭୂତାଣୁରେ ମଣିଷ ଆଖିର ରଙ୍ଗ ମଧ୍ୟ ଗୋଲାପି ହୋଇଯାଇଥାଏ । ଏଥିପାଇଁ ଆମେରିକାର ଆମେରିକୀୟ ଆଥୋଲୋଜିକାଲ୍ ସୋସାଇଟି ତାର ସମସ୍ତ ଚକ୍ଷୁ ବିଶେଷଜ୍ଞଙ୍କୁ ସତର୍କ କରିଛି । ଏଥିରେ ଦର୍ଶାଯାଇଛି ଯେ କୋରେନା ଭୂତାଣୁର ପ୍ରାରମ୍ଭିକ ଲକ୍ଷଣରେ ଆଖିର ରଙ୍ଗ ଗୋଲାପି ହୋଇଯାଇଥାଏ । ତେଣୁ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ଭୂତାଣୁ ବିପଦଜନକ ଅଟେ।

କେମିତି କରୋନାକୁ ଦେପାରିବେ ମାତ୍..?

ବୈଜ୍ଞାନିକଙ୍କ ଅନୁସାରେ ଭୂତାଣୁଠାରୁ  ରକ୍ଷା ପାଇବାକୁ ହେଲେ ଘରେ ରହିବା ନିହାତି ଆବଶ୍ୟକ । ତେଣୁ ଯଦି ଆପଣ ଏହି ଭୂତାଣୁ ସଂସ୍ପର୍ଶରେ ଆସିବାକୁ  ଚାହୁଁ ନାହାଁନ୍ତି ତେବେ ଘରେ ରହିବା ସହ ଏହି ତିନୋଟି କାର୍ଯ୍ୟ ମଧ୍ୟ କରନ୍ତୁ ।

ଜଲନୈଟି : ଏହା ହେଉଛି ନାକକୁ ସଫା ରଖିବାର ଏକ ଉପାୟ । ସବୁବେଳେ ନାକ ସଫା କରିବା ଦ୍ୱାରା ସାୟରସ୍ ପତଳା ହୋଇଯିବ ଏବଂ କରୋନା ଭାଇରସ ଏଥିରେ ରହିପାରବ ନାହିଁ ।

ଉଜ୍ଜାୟୀ ପ୍ରାଣାୟାମ : ଏଥିରେ, ଗଳା ଦବାଇ, ନିଶ୍ୱାସକୁ ନିଜର ଗଳା ଏବଂ ପେଟ ମଧ୍ୟରେ ନିଆଯାଇଥାଏ ଫଳରେ ଏହା କପୋତ ଭଳି ଶବ୍ଦ ସୃଷ୍ଟି କରିଥାଏ । ଏହା ପ୍ରତି ଦିନ କରିବା ଆବଶ୍ୟକ କାରଣ ଏହା ଶ୍ୱାସକ୍ରିୟାରେ ଭୂତାଣୁ ଜମା ହେବାକୁ ଦେବ ନାହିଁ, ଫଳରେ ଏହା ପେଟରେ ପ୍ରବେଶ କରିବ ଏବଂ ଆମ ପେଟରେ ଥିବା ହାଇଡ୍ରୋକ୍ଲୋରିଡ୍ ତରଳ ପଦାର୍ଥ ଏହି ଭୂତାଣୁକୁ ନଷ୍ଟ କରିଦେବ ।

ପାନ ମଧୁରୀ: ପାନ ମଧୁରୀ ପାଣି ଫୁଟାଇ ପ୍ରତିଦିନ ୧ଘଣ୍ଟାରେ ଦୁଇଥର ଲେଖାଏଁ  ପିଅନ୍ତୁ, ଫଳରେ ଏହି ଭଆଇରସ ଗଳାରେ ଲାଗି ନପାରି ପେଟକୁ ପଳେଇବ ଫଳରେ ହାଇଡ୍ରୋକ୍ଲୋରିଡ୍ ଏହାକୁ ନଷ୍ଟ କରିବାରେ ସଫଳ ହେବ ।

କଣ ୨୧ ଦିନରୁ ଅଧିକ ହେବ ଲକ୍ ଡାଉନ୍ ? ଜାଣନ୍ତୁ ସତ କଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ବଢୁଥିବାରୁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଲକଡାଉନକୁ ଆଜି ୬ ଦିନ ହୋଇଛି । ଏହାଭିତରେ ଜୋରଦାର ଚର୍ଚ୍ଚା ଚାଲିଛି ଯେ,ଲକ୍ ଡାଉନ୍ ଆଗକୁ ବଢିପାରେ । ତେବେ ଏହା ଉପରେ ଭାରତ ସରକାରଙ୍କ ସ୍ପଷ୍ଟୀକରଣ ଆସିଛି । କ୍ୟାବିନେଟ୍ ସଚିବ ରାଜୀବ ଗୌବା ବୟାନ ଦେଇ ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କର ଲକ୍ ଡାଉନ ଅବଧି ବଢାଇବାର କୌଣସି ଉଦ୍ଦେଷ୍ୟ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିପଦକୁ ଦୃଷ୍ଟିରେ ରଖି ୨୪ ମାର୍ଚ୍ଚ ତାରିଖରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଲକ୍ ଡାଉନ୍ ୧୪ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ । ତେବେ କରୋନା ସଂକଟକୁ ଦେଖି ଲକ୍ ଡାଉନ୍ ଅବଧି ବଢିବ ବୋଲି ଆଶଙ୍କା କରାଯାଉଛି । ସରକାର ୧୪ ଏପ୍ରିଲ ପରେ ମଧ୍ୟ ଲକ୍ ଡାଉନ୍ ଜାରି ରଖିବେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏବେ ସେହି ସବୁ ଖବର ଉପରେ କ୍ୟାବିନେଟ୍ ସଚିବ ବିରାମ ଲଗାଇଛନ୍ତି । ଏଭଳି ରିପୋର୍ଟକୁ ନେଇ ସେ ଚକିତ ଅଛନ୍ତି ଓ ସରକାରଙ୍କ ବର୍ତ୍ତମାନ ସେଭଳି କୌଣସି ପ୍ଲାନ୍ ନାହିଁ ବୋଲି ସେ କହିଛନ୍ତି ।

କେମିତି ଆରମ୍ଭ ହୋଇଥିଲା ଲକ୍ ଡାଉନ୍ ବଢିବା ନେଇ ଚର୍ଚ୍ଚା ?

୨୧ ଦିନିଆ ଲକ୍ ଡାଉନ୍ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇଛି । ସାଧାରଣ ଲୋଲ ବିଶେଷ କରି ଦିନ ମଜୁରିଆ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଆଗରେ ଖାଦ୍ୟପଦାର୍ଥର ସଂକଟ ସୃଷ୍ଟି ହୋଇଛି  । ସାଧାରଣ ଲୋକଙ୍କ ଉପରେ ବୋଝ କମ କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଏହାସହ ଗରିବଙ୍କ ପାଇଁ ମଧ୍ୟ ବିଭିନ୍ନ ଜନହିତକାରୀ ପ୍ୟାକେଜ୍ ଘୋଷଣା ହୋଇଥିଲା । ସବୁ ପ୍ୟାକେଜ୍ ଓ ଯୋଜନାର ସମୟ ଅବଧି ୩ ମାସ ରହିଛି । ଏହି ତିନି ମାସର ସମୟ ଅବଧିକୁ ନେଇ ଲୋକଙ୍କ ମଧ୍ୟରେ ଲକ୍ ଡାଉନ୍ ବଢିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ଲକଡାଉନ୍ ପାଇଁ ବଢିପାରେ ପ୍ରିପେଡ୍ ପ୍ଲାନ୍ ଭ୍ୟାଲିଡିଟି…TRAI ର ଟେଲିକମ୍ କମ୍ପାନୀମାନଙ୍କୁ ଚିଠି

ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) ଟେଲିକମ୍ କମ୍ପାନୀଗୁଡ଼ିକୁ ପ୍ରିପେଡ୍ ଭ୍ୟାଲିଡିଟି ବୃଦ୍ଧି କରିବାକୁ କହିଛି। କରୋନା ଭାଇରସ୍ ଲକଡାଉନ୍ କୁ ଧ୍ୟାନରେ ରଖି TRAI ଏହି ନିଷ୍ପତ୍ତି ନେଇଛି । ଟ୍ରାଇ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ କୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ କହିଛି  । ଏହା ଦ୍ୱାରା ସେମାନେ ଏହି ଲକଡାଉନ୍ ରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ।

ରିପୋର୍ଟ ଅନୁସାରେ , ଚଳିତ ମାସ ୨୯ ତାରିଖରେ, TRAI ଏହି ସମସ୍ତ କମ୍ପାନୀକୁ ଏକ ଚିଠି ଲେଖିଛି। ଏହି ଚିଠିରେ କମ୍ପାନୀଗୁଡିକ ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଭ୍ୟାଲିଡିଟି ବଢାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହ TRAI ସୂଚନା ଦେଇଛି ଯେ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ସବୁ ସେବା ଦିଆଯାଉ । ଟ୍ରାଏର ଏହି ନିଷ୍ପତ୍ତି ନେଇ କୌଣସି କମ୍ପାନୀ କିଛି ବୟାନ ଦେଇନାହାନ୍ତି । କେହି ଭ୍ୟାଲିଡିଟି ବଢାଇବା ନେଇ ମଧ୍ୟ କିଛି ଘୋଷଣା କରିନାହାନ୍ତି । ଆଶା କରାଯାଉଛି ଯେ, କମ୍ପାନୀଗୁଡିକ ଭ୍ୟାଲିଡିଟି ଏକ୍ସଟେଣ୍ଡ କରିବା ନେଇ ଏଲାନ କରିବେ ।

ସୂଚନାଯୋଗ୍ୟ ଯେ ଏହି କମ୍ପାନୀଗୁଡିକର ମୋଟ ମୂଲ୍ୟର ଏକ ବଡ଼ ଅଂଶ ହେଉଛି ପ୍ରିପେଡ୍ ଉପଭୋକ୍ତା  । ଏଭଳି ପରିସ୍ଥିତିରେ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ବୈଧତା ବୃଦ୍ଧି କରିବାକୁ କୁହାଯାଇଛି। ଖୁବ ଶୀଘ୍ର ଏହା ଲାଗୁ ହୋଇପାରେ । କରୋନା ଭୂତାଣୁ ବିସ୍ତାରକୁ ଦେଖି ଭାରତ ସରକାର ୨୧ ଦିନ ପାଇଁ ଲକଡାଉନ୍ ର ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ, ଯଦି କମ୍ପାନୀଗୁଡିକ ସେମାନଙ୍କର ସମସ୍ତ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏହି ପ୍ଲାନକୁ ବଢାନ୍ତି, ତେବେ ଏହା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ହେବ ।

 

ଆରମ୍ଭ ହେଲା ବିଧାନସଭାର ଅସ୍ଥାୟୀ ଅଧିବେଶନ

ଭୁବନେଶ୍ୱର: ବ୍ୟୟ ମଞ୍ଜୁରୀ ବିଲ୍ ଗୃହିତ ହେବା ପାଇଁ ଲୋକସେବା ଭବନରେ ଆରମ୍ଭ ହୋଇଛି ବିଧାନସଭାର ଅସ୍ଥାୟୀ ଅଧିବେଶନ । କରୋନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା । ତେଣୁ କେବଳ SC ST ବିକାଶ ବିଭାଗର ବିଲ୍ ଗୃହିତ ହୋଇପାରିଥିଲା । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହିଁ ବିଧାନସଭା ବନ୍ଦ ହୋଇଥିବାରୁ ଏହା ଗୃହିତ ହୋଇପାରି ନଥିଲା । ତେଣୁ ଆଜି ଗିଲୋଟିନ୍ ମାଧ୍ୟମରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗୃହିତ ହୋଇପାରେ । ଏନେଇ ପୂର୍ବରୁ ବିରୋଧିମାନେ ବିଲ୍ ଗୃହିତ କରିବାରେ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏହି ଅଧିବେଶନରେ ପ୍ରତି ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଅଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ୍ ସାମ୍ନାରେ ସାନିଟାଇଜରରେ ବିଧାୟକମାନେ ହାତ ଧୋଇଛନ୍ତି। ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି । ତେବେ ପ୍ରଶ୍ନ ଉତ୍ତର କାଳ ବାତିଲ ହୋଇଛି । ଅପରାହ୍ନ ୧୨ଟା ସୁଦ୍ଧା ସମସ୍ତ ବିଲ୍ ପାସ ହେବ ବୋଲି ଆଶା ରଖାଯାଇଛି । ଏଥର ୧ଲକ୍ଷ୫୦ହଜାର କୋଟି ଟଙ୍କାର ବିଲ୍ ପାରିତ ହେବାନେଇ ସୂଚନା ମିଳିଛି ।

କରୋନା ଭାଇରସ୍ ଚିନ୍ତାରେ ଅର୍ଥମନ୍ତ୍ରୀ କଲେ ଆତ୍ମହତ୍ୟା

ବିଶ୍ୱରେ କରୋନାଭାଇରସ୍ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ମହାମାରୀ କରୋନା (Covid-19) ହେତୁ ସମସ୍ତ ଦେଶ ଚିନ୍ତିତ ଅଛନ୍ତି | ତେବେ ନିକଟରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା ଆର୍ଥିକ କ୍ଷୟକ୍ଷତିର ପାଇଁ ଅତ୍ୟନ୍ତ ଚିନ୍ତିତ ଥିବା ଜର୍ମାନୀର ଜଣେ ମନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହେଉଛନ୍ତି ହେସେ ରାଜ୍ୟର ଅର୍ଥମନ୍ତ୍ରୀ ଥୋମାସ ଶେଫର୍ ।

ଅର୍ଥମନ୍ତ୍ରୀ ଥୋମାସ ଶେଫର୍ କରୋନାଭାଇରସର ଆର୍ଥିକ ଅବସ୍ଥାର କ୍ଷତିରେ କୌଣସି ପରିବର୍ତ୍ତନ ଆଣିପାରୁନଥିଲେ । ଦିନକୁ ଦିନ କ୍ଷତି ବଢିବାରେ ଲାଗିଥିବାରୁ ସେ ଖୁବ ଚିନ୍ତିତ ଥିଲେ । ତେବେ ଶନିବାର ରାତିରେ ରେଲୱେ ଟ୍ରାକ ନିକଟରେ ୫୪ ବର୍ଷିୟ ଶେଫରଙ୍କ ମୃତଦେହ ମିଳିଥିଲା।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଲୋକେ ଦୁଃଖ ପ୍ରକାଶ କରିଛନ୍ତି। ହେସେ ମୁଖ୍ୟମନ୍ତ୍ରୀ ବଫିୟର କହିଛନ୍ତି ଯେ, ଏହି ଘଟଣା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଥୋମାସ ଏବେ ସେମାନଙ୍କ ଗହଣରେ ନାହାନ୍ତି ତାହା ବିଶ୍ୱାସ କରିବା କଷ୍ଟକର ।

୧୦ ବର୍ଷ ଧରି ହେସେର ଅର୍ଥମନ୍ତ୍ରୀ ଭାବେ ଶେଫର୍ କାମ କରୁଥିଲେ । କରୋନା ଯୋଗୁଁ ଶ୍ରମିକମାନଙ୍କୁ ଆର୍ଥିକ ପ୍ରଭାବ ସହ ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିଲେ ଥୋମାସ।

ହେସେରେ ଜର୍ମାନୀର ଆର୍ଥିକ ରାଜଧାନୀ ହେଉଛି ଫ୍ରାଙ୍କଫୋର୍ଟ୍ ଯେଉଁଠାରେ ଡୁଏସ୍ ବ୍ୟାଙ୍କ  (Deutsche Bank) ଏବଂ କମର୍ସବ୍ୟାଙ୍କର (Commerzbank) ମୁଖ୍ୟାଳୟ ରହିଛି । ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ଫ୍ରାଙ୍କଫର୍ଟରେ ଅଛି । ରାଜ୍ୟ ଅର୍ଥମନ୍ତ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ବଫିୟର ।

ବିଶେଷକରି ଏଭଳି କଠିନ ସମୟରେ ଥୋମାସଙ୍କ ଭଳି ଜଣେ କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ତାଙ୍କୁ ଅନେକ ସହଯୋଗ କରିଥାନ୍ତେ ବୋଲି କହିଛନ୍ତି ବଫିୟର । ଶାଫରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଦୁଇଟି ସନ୍ତାନ ଅଛନ୍ତି ଯିଏ ତାଙ୍କ ମୃତ୍ୟୁକୁ ଏଯାଏଁ ସ୍ୱୀକାର କରିପାରୁନାହାନ୍ତି ।